ବୋରିଗାଁ ଠାରେ ଅଷ୍ଟ ପ୍ରହର ନାମ ଯଜ୍ଞ ଆରମ୍ଭ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଧ୍ୟାତ୍ମିକ ଭକ୍ତି ଭାବନାରେ ଧିରେ ଧିରେ ଲୋକେ ନିଜକୁ ସମର୍ପିତ କରୁଥିବା ବିଶେଷ ଭାବରେ ଏବେ ଦେଖିବାକୁ ମିଳୁଛି। କେଉଁଠି ଗାୟତ୍ରୀ ମହାଯଜ୍ଞ ତଆଉ କେଉଁଠି କଳାକୃଷ୍ଣ ମହାଯଜ୍ଞ ହେଉଥିବା ବେଳେ ଗାଁ ମାନଙ୍କରେ ବହୁ ମାତ୍ରାରେ ହରିନାମ ସଂକୀର୍ତ୍ତନ ଅଖଣ୍ଡ ନାମଯଜ୍ଞ ଦେଖିବାକୁ ମିଳୁଛି। ଠିକ ସେହିପରି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କାନକୁଟ୍ରୁ ଗ୍ରାମପଞ୍ଚାୟତ ସ୍ଥିତ ପାଇକବୋରି ପ୍ରହରୀ ପଡ଼ିଆ ଠାରେ ବୋରିଗାଁ ଅଷ୍ଟପ୍ରହରୀ କମିଟିର ଆୟୋନରେ ଶୁକ୍ରବାର ଅଷ୍ଟପ୍ରହରୀ ନାମ ଯଜ୍ଞ ଶୁଭାରମ୍ଭ ହୋଇଯାଇଛି। ଗୁରୁବାର ସନ୍ଧ୍ୟାରେ ଅଷ୍ଟ ପ୍ରହର ନାମ ଯଜ୍ଞ ପାଇଁ ଶୁଭ କଳସ ଯାତ୍ରା କରି ମଣ୍ଡପରେ କଳସ ସ୍ଥାପନ କରାଯାଇଥିଲା। ଶହ ଶହ ସଂଖ୍ୟକ ଭକ୍ତ, ଶ୍ରଦ୍ଧାଳୁମାନେ ଓ ଜନସମାଗମରେ କଳସ ଯାତ୍ରା ବୋରିଗାଁକୁ ବେଶ ବିମୋହିତ କରିଥିଲା। ଘଣ୍ଟ, ଶଙ୍ଖ, ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇ ଉଛୁଳି ପଡୁଥିଲା ପୁରାଗାଁ। ବୋରିଗାଁ ଅଖଣ୍ଡ ନାମ ଯଜ୍ଞ ପୂଜା କମିଟିର ଆୟୋଜନ କ୍ରମେ ଅଷ୍ଟପ୍ରହର ନାମ ଯଜ୍ଞ ପାଇକବୋରି ପ୍ରହରି ପଡ଼ିଆ ଠାରେ ପ୍ରତି ବର୍ଷ ଭଳି ତୃତୀୟ ଥର ହେଉଥିବା ଦେଖିବାକୁ ମିଳିଛି। ଯାହାଫଳରେ ଜନସାଧାରଣଙ୍କ ମନରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ପ୍ରହରି ପୂଜା କମିଟି ଉପଦେଷ୍ଟା ବନମାଳୀ ମାଝୀ, ମଳୟ ବିଭାର, ତ୍ରିନାଥ ବିଶି ରହିଥିବାବେଳେ ଯଜ୍ଞ କର୍ତ୍ତା ହୃଷିକେଶ ମାର୍ଥା ଏବଂ ତାଙ୍କ ଧର୍ମ ପତ୍ନୀ କୁମାରୀ ମାର୍ଥା ଦାଇତ୍ୱ ନିର୍ବାହ କରୁଥିବାବେଳେ ପୂଜକ ଭାବରେ କୈଳାସ ଚନ୍ଦ୍ର ଦାଶ, ପ୍ରସାନ୍ତ କୁମାର ଦାଶ, ସନ୍ତୋଷ କୁମାର ଆଚାର୍ଯ୍ୟ ପୂଜା କାର୍ଯ୍ୟ ତୁଲାଉଛନ୍ତି। ଏହି ନାମ ଯଜ୍ଞରେ ନିଜକୁ ଭକ୍ତି ଭାବନାରେ ସମର୍ପିତ କରିବାପାଇଁ ଅଞ୍ଚଳରୁ ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ସୁଅ ଛୁଟୁଥିବା ବେଳେ ପୁରା ବୋରିଗାଁ ଲୋକାରଣ୍ୟ ହୋଇପଡ଼ିଥିବାବେଳେ ଏହି ନାମ ଯଜ୍ଞ ଶନିବାର ସମାପନ ହେବା କମିଟି ପକ୍ଷରୁ ସୂଚନା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.