୧୫ରେ ଅସୁରଗଡ କଲାପାର ମନ୍ଦିରରେ ଚୈତ୍ର ଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତର ପ୍ରତ୍ନତାତ୍ବିକ ମାନଚିତ୍ରରେ ବିଶିଷ୍ଟ ସ୍ଥାନ ଗ୍ରହଣ କରିଥିବା ନର୍ଲା ବ୍ଲକର ଅସୁରଗଡ ଦୁର୍ଗ ଐତିହାସିକ ଦୃଷ୍ଟିକୋଣରୁ ଯେତିକି ଗୁରୁତ୍ବପୂର୍ଣ୍ଣ ଧାର୍ମିକ ଦୃଷ୍ଟିରୁ ମଧ୍ୟ ସେତିକି ମହତ୍ତ୍ଵ ରଖେ। ଖ୍ରୀଷ୍ଟପୂର୍ବ ନବମ ଶତାବ୍ଦୀରୁ ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀ ପର୍ଯ୍ୟନ୍ତ ଗତିଶୀଳ ଅସୁରଗଡ ସଭ୍ୟତା କାଳର କରାଳ ଗ୍ରାସରେ ବିଳିନ ହୋଇଛି ତେବେ ଏହାର ଅଂଶବିଶେଷ ଆଜି ମଧ୍ୟ ଅତିତର ମୂକ ଶାଖି ଭାବେ ଦଣ୍ତାୟମାନ ହୋଇ ରହିଛି। ଅସୁରଗଡ ଦୁର୍ଗର ଚାରି ଦିଗରେ ଅନେକ ଦେବାଦେବୀ ପୂଜା ପାଇଥାନ୍ତି। ଦୂର୍ଗର ପଶ୍ଚିମ ଦ୍ବାର ନିକଟରେ କଲାପାର ଦେବତାଙ୍କ ଏକ ମନ୍ଦିର ରହିଛି। କଲାପାରଙ୍କ ସହ କାଲିକା ଓ ଲଙ୍କେଶ୍ଵରୀ ମଧ୍ୟ ପୂଜା ପାଇଥାନ୍ତି। ଆସନ୍ତା ୧୫ରୁ ଏହି ପୀଠରେ ଚୈତ୍ର ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ପ୍ରତିବର୍ଷ ଏହି ପ୍ରତ୍ୟକ୍ଷ ଦେବତାଙ୍କ ମନ୍ଦିରରେ ଅନୁଷ୍ଠିତ ହୋଇ ଆସୁଛି ଚୈତ୍ର ପର୍ବ। ୧୪ ଅପ୍ରେଲ ଅପରାହ୍ନରେ ନାମଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହେବ ଏବଂ ୧୫ରୁ ଅଖଣ୍ଡ ନାମଯଜ୍ଞ ହେବ ବୋଲି ମନ୍ଦିରର ପୂଜକ ଧନେଶ୍ୱର ବାହୁକ ସୂଚନା ଦେଇଛନ୍ତି। କଲାପାର ମନ୍ଦିର ପରିଚାଳନା କମିଟି ଏହି ଚୈତ୍ର ଯାତ୍ରାର ଆୟୋଜନ କରି ଆସୁଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.