ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଥାନା ଲଡୁଗାଁ-ସୁପାଡ ରାସ୍ତାରେ ଚାଲିଥିବା ବେଆଇନ ଘୁଡଘୁଡି ପଟି ଉପରେ ପୁଲିସର ଚଢ଼ାଉ ହୋଇଛି। ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ବେହେରାଙ୍କ ନେତୃତ୍ବରେ ଏକ ୯ ଜଣିଆ ସ୍ବତନ୍ତ୍ର ଟିମ ଗଠନ ହୋଇଥିଲା। ଏହି ଟିମ୍ ଅତର୍କିତ ଭାବେ ଉକ୍ତ ଘୁଡଘୁଡି ପଟି ଉପରେ ଚଢ଼ାଉ କରି ନଗଦ ୩୩ ହଜାର ଟଙ୍କା, ୧୫ଟି ବାଇକ୍ ସହ ଏହି ବେଆଇନ ଖେଲରେ ଲିପ୍ତ ରହିଥିବା ୯ ଜଣକୁ ପୋଲିସ ଉଠାଇ ଥାନାକୁ ନେଇଥିଲା। ଏ ସଂକ୍ରାନ୍ତରେ କୋକସରା ଥାନାରେ ଏକ ମାମଲା ରୁଜୁ କରି ସମ୍ପୃକ୍ତ ୯ ଜଣଙ୍କୁ ପୁଲିସ ନୋଟିସ ଦେଇ ଛାଡ଼ିଥିବା ଓ ଅଧିକ ତଦନ୍ତ ଚଳାଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି।