ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଆମପାଣି ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟରେ ଶନିବାର ପ୍ରବେଶ ଉତ୍ସବ ପାଳନ ହୋଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟୟନରତ ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାରର ସ୍ଲୋଗାନ୍ ଓ ପ୍ଲାକାର୍ଡ ମାଧ୍ୟମରେ ଏକ ଶୋଭାଯାତ୍ରାରେ ବାହାରି ଗାଁ ପରିକ୍ରମା କରି ସଚେତନତା ସୃଷ୍ଟି କରାଇଥିଲେ। ସେଠାରୁ ଫେରିବା ପରେ ନାମଲେଖା ପାଇଁ ଆସିଥିବା ଶିଶୁମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରାଯାଇଥିଲା। ରୁପାନ୍ତରିତ ହୋଇ ଉତ୍ତମ ଶୈଖୀକ ବାତାବରଣ ସହ ଭୀତ୍ତିଭୂମୀ ଥିବାରୁ ବିଗତ ବର୍ଷ ଅପେକ୍ଷା ଚଳିତ ଶିକ୍ଷାବର୍ଷରେ ବହୁ ଛାତ୍ରଛାତ୍ରୀ ନାମଲୋଖାଇବା ପାଇଁ ଆସୁଥିବା ଦେଖିବାକୁ ମିଳୁଛି। ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ଅମୁଲ୍ୟ କୁମାର ନାଏକ, ଲିଜୟା ନନ୍ଦ ସାହୁ, ସୁରଜ୍ ତାଣ୍ଡି, ଲୋକନାଥ ରାଉତ, ଦୟାସଙ୍ଗ ନାଏକ, ସୁରେନ୍ଦ୍ର ଗଣ୍ଡ, ପ୍ରଶାନ୍ତ କୁମାର ପଣ୍ଡା, ସରୋଜ କୁମାର ପଡିହାରୀ, ଲୋକନାଥ ସାହୁ, ବିନିତ କୁମାର ମିଶ୍ର, ବିଶ୍ବମ୍ବର ଧଙ୍ଗଡାମାଝୀ ସମେତ ସ୍କୁଲ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।