ବିଜେଡିର ବଲାଙ୍ଗିର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କୁ ସୁବର୍ଣ୍ଣପୁର ଠାରେ ବିପୁଳ ସମ୍ବର୍ଦ୍ଧନା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ):  ସୁବର୍ଣ୍ଣପୁର ଠାରେ ବିଜୁ ଜନତା ଦଳର ବଲାଙ୍ଗିର ଲୋକସଭା ପ୍ରାର୍ଥୀ ଶ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଛି। ସୋନପୁର ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳ ର ପ୍ରାର୍ଥୀ ଶ୍ରୀ ନିରଞ୍ଜନ ପୂଜାରୀ ଙ୍କ ନେତୃତ୍ୱ ରେ ଆଜି ସଂଧ୍ୟାରେ ଜିଲ୍ଲା ବିଜେଡି ଦଳ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଶ୍ରୀ ଭୋଇ ନବୀନ ନିବାସରେ ମୂଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇ ନିଜ ଲୋକସଭା ନିର୍ବାଚନ ମଣ୍ଡଳୀକୁ ଫେରିବା ପରେ ଆଜି ପ୍ରଥମେ ମନମୁଣ୍ଡା ତେଲ ନଦୀ ବ୍ରିଜ ଠାରୁ ଦଳ ପକ୍ଷରୁ ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ ପ୍ରଥମେ ସ୍ଥାନୀୟ ଇଷ୍ଟଦେବୀ ମା ସୁରେଶ୍ଵରୀ ଙ୍କ ମନ୍ଦିର ଯାଏ ପାଛୋଟି ନିଆ ଯାଇଥିଲା। ଶ୍ରୀ ଭୋଇ ପ୍ରଥମେ ମା ସୁରେଶ୍ଵରୀ ଙ୍କ ଦର୍ଶନ ଲାଭ କରି ଆଶୀର୍ବାଦ ଭିକ୍ଷା କରିଥିଲେ ଏବଂ ଆଗାମୀ ଦିନରେ ସୁବର୍ଣ୍ଣପୁର, ବଲାଙ୍ଗିର ତଥା ରାଜ୍ୟର ସାମୂହିକ ବିକାଶ ଲାଗି ମେହେର ପାର୍କ ଠାରେ ଆୟୋଜିତ ବିରାଟ ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ସଂକଳ୍ପ ନେଇଥିଲେ। ଆଜିର ସ୍ବାଗତ ସମ୍ୱର୍ଦ୍ଧନା ସଭା ରେ ସୋନପୁର ବିଧାୟକ ପ୍ରାର୍ଥୀ ଶ୍ରୀ ନିରଞ୍ଜନ ପୂଜାରୀ ସୋନପୁର ନିର୍ବାଚନ ମଣ୍ଡଳୀର ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ବ୍ଲକ୍ ଓ ପୌରପରିଷଦ, ଏନ୍ଏସି ର ଅଧ୍ୟକ୍ଷ, ଅଧ୍ୟକ୍ଷା, ସମିତି ସଭ୍ୟଙ୍କୁ ଲୋକସଭା ପ୍ରାର୍ଥୀ ଶ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ସହିତ ପରିଚୟ ପ୍ରଦାନ କରିବା ସହ ତାଙ୍କୁ ବିପୁଳ ଭୋଟ ରେ ବିଜୟ କରାଇବାକୁ ଦୃଢ଼ ପ୍ରତିଶୁତି ଦେଇଥିଲେ। ବିଭିନ୍ନ ବ୍ଲକ ବିଜେଡି ପକ୍ଷରୁ, ଓଡ଼ିଶା ସାମ୍ୱାଦିକ ସଂଘ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ଶ୍ରୀ ଭୋଇ ଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସ୍ବାଗତ ସମ୍ବର୍ଦ୍ଧନ ଦିଆଯାଇଥିଲା। ସାଂସଦ ପ୍ରାର୍ଥୀ ଶ୍ରୀ ସୁରେନ୍ଦ୍ର ସିଂ ଭୋଇ ଓ ନିରଂଜନ ପୂଜାରୀ ଙ୍କ ସମେତ ବିଜେଡି ଜିଲ୍ଲା ସଭାପତି ସରୋଜ କମ୍ପ, ଉପ ସଭାପତି ରମେଶ ପୂଜାରୀ, ସୋନପୁର ବ୍ଲକ୍ ଅଧ୍ୟକ୍ଷ ପ୍ରହଲ୍ଲାଦ ନାଏକ, ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାୟକ, ଅଭିମନ୍ୟୁ କୁଶଳ, ଜିଲ୍ଲା ପରିଷଦ ସଭ୍ୟ ମଧୁ ସୁଦନ ହୋତା, ହିମାଂଶୁ ବିଶ୍ଵାଳ, ସରପଂଚ ଅଶ୍ଵିନୀ ବିଶି ସଭାରେ ମଞ୍ଚାସିନ ଥିଲେ। ବରିଷ୍ଠ ବିଜେଡି ନେତା ମାନଭଞ୍ଜନ ମିଶ୍ର ସଭା ସଂଯୋଜନା କରିଥିବା ବେଳେ ନଗର ସଭାପତି ଜନ୍ମଞ୍ଜୟ ପାତ୍ର, ମନୋରଞ୍ଜନ ତ୍ରୀପାଠୀ, ମାନଭଞ୍ଜନ ବେଦବାକ, ଆନନ୍ଦ ପାତ୍ର ପ୍ରମୁଖ ସମସ୍ତ ସକ୍ରିୟ ନେତା ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.