ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ନିଲେଶ କୁମାର ନାଗ): ବିଜୁ ଜନତା ଦଳରେ ସାମିଲ ହେଲେ ଓଡ଼ିଶା ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ଲେଖାଶ୍ରୀ ସାମନ୍ତସିଂହାର। ସେ ଶଙ୍ଖ ଭବନକୁ ଆସି ବିଜେଡିରେ ବିଦ୍ଧିବଦ୍ଧ ଭାବେ ସାମିଲ ହୋଇଥିବା ସୂଚନା ରହିଛି। କିଛି ସମୟ ପୂର୍ବରୁ ବିଜେପି ଛାଡ଼ିଥିଲେ ଲେଖାଶ୍ରୀ। ସୋସିଆଲ ମିଡିଆରେ ଇସ୍ତଫା ସୂଚନା ଦେଇଥିଲେ। ସୋସିଆଲ ମିଡିଆ ଜରିଆରେ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଲେଖାଶ୍ରୀ। ବିଜେପିର ଉପସଭାପତି ପଦରେ ଥିଲେ ଲେଖାଶ୍ରୀ। ନିର୍ବାଚନ ଯେତେ ପାଖେଇ ଆସୁଛି ନେତାଙ୍କ ମଧ୍ୟରେ ସେହି ପରିମାଣରେ ବଢ଼ି ଚାଲିଛି ଦଳଡିଆଁ ପ୍ରତିଯୋଗିତା।