ଖଡ଼ିଆଳ ବିଜେଡ଼ିର ସମ୍ବର୍ଦ୍ଧନା ସଭା ଓ ସଂକଳ୍ପ ସମାବେଶ 

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ବିଜେଡ଼ି ପ୍ରାର୍ଥୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଓ ସଂକଳ୍ପ ସମାବେଶ ନାମରେ ରବିବାର ଶକ୍ତି ପ୍ରଦର୍ଶନ କରିଛି ଖଡ଼ିଆଳ ବିଜେଡ଼ି। ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଠାରେ ଅନୁଷ୍ଠିତ ଏହି ସମାରୋହରେ ବିଜେଡ଼ିର କଳାହାଣ୍ଡି ଲୋକସଭା ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ଖଡ଼ିଆଳ ବିଧାନସଭା ବିଧାୟକ ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀଙ୍କୁ ଦଳୀୟ କର୍ମୀ ଓ ସମର୍ଥକ ମାନେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ଏନେଇ ଅନୁଷ୍ଠିତ ସଭାରେ ନୂଆପଡ଼ା ଜିଲ୍ଲା ବିଜେଡି ସଭାପତି ମନୋଜ ମିଶ୍ର ସଭାପତିତ୍ବ କରିଥିବା ବେଳେ ଖଡ଼ିଆଳ ନଗର ସଭାପତି ଦୀପକ ଖମାରୀ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ତଥା ନୂଆପଡ଼ା ବିଜେଡ଼ି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଉପରେ ଆଲୋଚନା କରି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅପିଲ କରିଥିଲେ। ଉଭୟ ଲମ୍ବୋଦର ନିଆଲ ଓ ଅଧିରାଜ ପାଣିଗ୍ରାହୀ ଓଡ଼ିଶାର ବିକାଶ ପାଇଁ ବିଜେଡ଼ି ହିଁ ଏକମାତ୍ର ବିକଳ୍ପ ବୋଲି କହିଥିଲେ ଓ ସମସ୍ତେ ଏକ ମନପ୍ରାଣ ଦେଇ ବିଜେଡ଼ିର ବିଜୟ ପାଇଁ ଲଢେଇ କରିବାକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ କଂଗ୍ରେସ ଓ ବିଜେପିର ବହୁ କର୍ମୀ ବିଜେଡ଼ିରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ଖଡ଼ିଆଳର ମାଆ ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରି ହଜାର ହଜାର ଦଳୀୟ କର୍ମୀ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ସହର ପରିକ୍ରମା କରି ସଭାସ୍ଥଳକୁ ଆସିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେଡି ସମ୍ପାଦକ ରାଜେଶ ନିଗମ, ନୂଆପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ଉପାଧକ୍ଷା ଦୀପିକା ଦୀପ, ନୂଆପଡା ବ୍ଲକ ଅଧ୍ୟକ୍ଷା ତାରେଶ୍ବରୀ ସାହୁ, କୋମନା ବ୍ଲକ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର, ଖଡ଼ିଆଳ ବ୍ଳକ ଉପାଧ୍ୟକ୍ଷ ଗୌତମ ତାଣ୍ଡି, ବୋଡେ଼ନ ବ୍ଳକ ଅଧ୍ୟକ୍ଷା ପ୍ରେମଶିଳା ନାଗ, ସିନାପାଲି ବ୍ଳକ ଅଧ୍ୟକ୍ଷା ମାଧୁରୀ ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ଚିତ୍ତରଞ୍ଜନ ବେହେରା, ବିଜେଡି ଜିଲ୍ଲା ସମ୍ପାଦକ କାଳିଆ ପ୍ରଧାନ, କୋମନା ବ୍ଲକ ସଭାପତି କ୍ଷମା ନିଆଲ, ଉପ ସଭାପତି ଧନିରାମ ସାହୁ, ଖରିଆର ରୋଡ ନଗର ଉପାଧକ୍ଷ ନିଶାନ୍ତ ଡାଗା, ବିଜେଡି ନେତା ରାଧେ ବାଗ, ପ୍ରମୋଦ ସାହୁ, ଯୁବ ନେତା ରବି ବାଗ, ଜିଲ୍ଲାପରିଷଦ ସଦସ୍ୟା ତନୟା ସବର, ମାଲ୍ୟବନ୍ତ ସୁନା, ସ୍ମୁତି ସିଂ ମାଝୀ, ପୁଷ୍ପାଞ୍ଜଳି ଗୁଆଲ, ବିଜେଡି ଜିଲ୍ଲା ସଭାନେତ୍ରୀ ସରସ୍ବତୀ ବାଗ, ରାଜ୍ୟ ସାଧାରଣ ସମ୍ପାଦିକା ଖୁଲଣା ବେହେରା, ରାଜ୍ୟ ସମ୍ପାଦିକା ସନ୍ତୋସିନୀ ସଲମା, ଉପ ସଭାପତି ମନୋଜ ଦୀପ, ଅଭିଷେକ ମେହେରଙ୍କ ସମେତ ଶତାଧିକ ବିଜେଡି କର୍ମକର୍ତ୍ତା ମଞ୍ଚ ଆସୀନ ଥିବା ବେଳେ ହଜାର ହଜାର ଜନ ସାଧାରଣ ସଭାରେ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.