ଫକୀରମୋହନ ବିଶ୍ବବିଦ୍ୟାଳୟରେ ଉଦଘାଟିତ ହେଲା ଆନ୍ତର୍ଜାତିକ ବିଜନେସ କନକ୍ଲେଭ-୨୦୨୪

ଯୋଗ ଦେଲେ ୫୦ରୁ ଉର୍ଦ୍ଧ୍ବ ବିଜନେସ ମ୍ୟାନେଜମେଣ୍ଟ ବିଶେଷଜ୍ଞ

୯୧ ଜଣ ଗବେଷକ ଉପସ୍ଥାପନ କରିବେ ସଂଦର୍ଭ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ବବିଦ୍ୟାଳୟର ବାଣିଜ୍ଯ, ପି.ଏମ.ଆଇ.ଆର ଓ ବ୍ୟବସାୟ ପରିଚାଳନା ବିଭାଗର ମିଳିତ ସହଯୋଗରେ ଦୁଇଦିନିଆ ଆନ୍ତର୍ଜାତୀୟ ପରିଚାଳନା କନକ୍ଲେଭ-୨୦୨୪ ଅନୁଷ୍ଠିତ ହୋଇଯାଇଛି। ଏହାର ମୂଳପ୍ରସଙ୍ଗ ଓ ଆଲୋଚନାର ବିଷୟବସ୍ତୁ “ସମସାମୟିକ ବ୍ୟବସାୟ ପରିଚାଳନା: ଏକ ସମନ୍ୱିତ ଉପାୟ ” ରହିଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଉଦଘାଟିତ ହୋଇଯାଇଛି। ସମ୍ମିଳନୀର ପ୍ରମୁଖ ଉଦ୍ଦେଶ୍ଯ ସଂପର୍କରେ ବିଭାଗ ମୁଖ୍ଯ ପ୍ରଫେସର ପଦ୍ମଲିତା ରାଉତରାୟ ଅବଗତ କରାଇଥିଲେ ଓ ଡ଼କ୍ଟର ଦେବଦତ୍ତ ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

ମୁଖ୍ଯ ଅତିଥି ଭାବେ ଝାଡ଼ଖଣ୍ଡ ସେଣ୍ଟ୍ରାଲ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର କ୍ଷିତି ଭୂଷଣ ଦାସ ନିଜ ଅଭିଭାଷଣରେ ପ୍ରାକୃତିକ ବୁଦ୍ଧି ର ଉପଯୋଗ ସହ ବ୍ୟାବସାୟଟିଏ
ବଞ୍ଚିରହିବା , ଏହାର ସ୍ଥିରତା ଏବଂ ବ୍ୟବସାୟ ପରିଚାଳନାରେ ଅଭିବୃଦ୍ଧି ହୋଇପାରିବା ନେଇ ଆଲୋକପାତ କରିଥିଲେ ।ଏଥିସହ ମୁଖ୍ଯବକ୍ତା ଭାବେ ସେଣ୍ଟ ଆମ୍ବ୍ରୋଜ ବିଶ୍ବବିଦ୍ୟାଳୟ (ୟୁଏସଏ) ମ୍ୟାନେଜମେଣ୍ଟ ବିଭାଗର ପ୍ରଫେସର ଓ ନିର୍ଦ୍ଦେଶକ ଡ଼କ୍ଟର ମୋନିକା ଫୋରେଟ ଯୋଗଦେଇ ସାଂପ୍ରତିକ ସମୟରେ ମାନବ ପୁଞ୍ଜି ଏବଂ ସାମାଜିକ ପୁଞ୍ଜିର ଆମ ଜୀବନରେ ପ୍ରଭାବ ତଥା ସାମାଜିକ ନେଟୱାର୍କ ସ୍ଥାପନର ମହତ୍ତ୍ବ ସଂପର୍କରେ ଦୃଷ୍ଟିପାତ କରିଥିଲେ। ଏଥିସହ ସମ୍ମାନିତ ଅତିଥି ଭାବେ ବଙ୍ଗଳାଦେଶ ସ୍ଥିତ ବ୍ୟବସାୟ କୃଷି ଏବଂ ପ୍ରଯୁକ୍ତିବିଦ୍ୟା ଆନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟର କୁଳପତି ଡ଼କ୍ଟର ଅବଦୁର ରବ ଆଭାସୀ ମାଧ୍ୟମରେ ଓ ନେପାଳ ସ୍ଥିତ ୟୁନିଗ୍ଲୋବ କଲେଜର ଏକାଡେମିକ ନିର୍ଦ୍ଦେଶକ ପ୍ରଫେସର ରାଧେଶ୍ଯାମ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ଏକତ୍ର ଆଗକୁ ବଢିବା ସହ ଏକତ୍ର ଉନ୍ନତି ସାଧନକୁ ବିଶ୍ବବିଦ୍ୟାଳୟର ସାମୂହିକ ବିଚାର ଭାବରେ ମତବ୍ୟକ୍ତ କରିଥିଲେ। ସମ୍ମିଳନୀର ଆୟୋଜକଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ ଓ ଏହିଭଳି ଆନ୍ତର୍ଜାତିକ ସ୍ତରର ସମ୍ମିଳନୀର ଆୟୋଜନ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଲାଭଦାୟକ ହେବାର ଆଶାପୋଷଣ କରିଥିଲେ। ବିଶ୍ବବିଦ୍ୟାଳୟର ସ୍ନାତକ ପରିଷଦର ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ପଟ୍ଟନାୟକ ସମ୍ମିଳନୀର ପୃଷ୍ଠପୋଷକତା ଦାୟୀତ୍ବ ଗ୍ରହଣ କରିଥିଲେ ଓ ଏହି ସମ୍ମିଳନୀରେ ଅଂଶଗ୍ରହଣକାରୀଙ୍କୁ ସମ୍ବୋଧନ କରି ବର୍ତ୍ତମାନର ବ୍ଯବସାୟୀକ କ୍ଷେତ୍ର ଓ ଏହାର ସମସାମୟିକ ପରିଚାଳନା ପ୍ରଣାଳୀ ସହ କୃତ୍ରିମ ଇଣ୍ଟେଲିଜେନ୍ସର ପ୍ରୟୋଗ ସଂପର୍କରେ ଅବଗତ କରାଇଥିଲେ। ସମ୍ମିଳନୀରେ ୫୦ରୁ ଉର୍ଦ୍ଧ୍ବ ବିଜନେସ ମ୍ୟାନେଜମେଣ୍ଟ ବିଶେଷଜ୍ଞ ଯୋଗ ଦେଇଥିବା ବେଳେ ୯୧ ଜଣ ଗବେଷକ ନିଜର ସଂଦର୍ଭ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।

ବିଜନେସ ମ୍ୟାନେଜମେଣ୍ଟ ସମ୍ବନ୍ଧିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୁଡ଼ିକୁ ଏହି ଦୁଇଦିନିଆ ଆନ୍ତର୍ଜାତିକ ଆଲୋଚନାଚକ୍ରରେ ଅନ୍ତର୍ଭୁକ୍ତ କରାଯାଇଛି। ସେଥି ମଧ୍ଯରେ ମାନବ ସମ୍ବଳ ପରିଚାଳନା, ମାନବ ସମ୍ବଳ ବିକାଶ, ପ୍ରତିଭା ପରିଚାଳନା, ଶିଳ୍ପାୟନ, ଅର୍ଥନୀତି ଏବଂ ପରିଚାଳନା, ଶିଳ୍ପ ମନୋବିଜ୍ଞାନ, ସମନ୍ୱିତ ମାର୍କେଟିଂ କୌଶଳ, ସମନ୍ୱିତ ଆର୍ଥିକ ଯୋଜନା ଏବଂ ଆର୍ଥିକ କୌଶଳ, ଇ-ବାଣିଜ୍ୟ ଠାରୁ ଆରମ୍ଭ କରିଯୋଗାଣ ଶୃଙ୍ଖଳା, କୃତ୍ରିମ ବୁଦ୍ଧି ଏବଂ ପରିଚାଳନା, କର୍ପୋରେଟ୍ ସାମାଜିକ ଦାୟିତ୍ବ, ଇ.ଏସ.ଜି ଏବଂ ବ୍ୟବସାୟ ଅନ୍ତର୍ଭୂକ୍ତ ବିକାଶ, ପରିଚାଳନାଗତ ଶିକ୍ଷା, ଏହାକୁ ନେଇ ଆଶା ଏବଂ ଲକ୍ଷ୍ୟ ଆଦି ବିଭିନ୍ନ ବିଷୟରେ ବିଚାର ଏବଂ ସଂଦର୍ଭ ଉପସ୍ଥାପନା କରାଯିବା ନେଇ ସ୍ଥିରୀକୃତ ହୋଇଛି ।

ଏହି ଉଦଘାଟନୀ ଉତ୍ସବ କାର୍ଯ୍ୟକ୍ରମକୁ ଆସିଷ୍ଟାଣ୍ଟ ପ୍ରଫେସର ସଲୋନୀ ମଲ୍ଲିକ ଉପସ୍ଥାପନ କରିଥିଲେ ତଥା ବିଜନେସ ମ୍ୟାନେଜମେଣ୍ଟ ବିଭାଗର ମୁଖ୍ଯ ପ୍ରଫେସର ପଦ୍ମଲିତା ରାଉତରାୟ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ଅନ୍ୟାନ୍ଯ ବିଭାଗ ମୂଖ୍ଯ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମର ସହସଂଯୋଜକ ଡ଼କ୍ଟର ଆର୍ତ୍ତବନ୍ଧୁ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.