ଚେତନା ଅନୁଷ୍ଠାନରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର: ଆଜି ବିଶ୍ବ ସ୍ବାସ୍ଥ୍ୟ ଦିବସ ଚ଼େତନା ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଅଛି।ଆମନ୍ତ୍ରିତ ଅତିଥି ମାନଙ୍କୁ ପ୍ରଥମେ ଚ଼େତନା ଅନୁଷ୍ଠାନର ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକ ମାନଙ୍କ ଦ୍ବାରା ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା, ତା’ପରେ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଅତିଥି ଭାବେ ଚେତନା ଅନୁଷ୍ଠାନର ପରିଚ଼ାଳନା କମିଟି ସଦସ୍ୟ ତଥା ମନସ୍ତତ୍ତ୍ୱବିଦ୍ ପ୍ରଫେସର ଗୋପାଳ କୃଷ୍ଣ ନନ୍ଦ, ଓଡ଼ିଶା ରାଇଜିଙ୍ଗ ଫାଉଣ୍ଡେସନ,ଚ଼େତନାର‌ ସ୍ପିଚ଼୍ ଥେରାପିଷ୍ଟ ଶ୍ରୀ ଅଭିଷେକ ଆଚ଼ାର୍ଯ୍ୟ, ଆପୋଲୋ ହସ୍ପିଟାଲର ଦନ୍ତ ଚ଼ିକିତ୍ସକ ଡ଼ାଃ ଅଙ୍କିତା ସେନାପତି, ବରିଷ୍ଠ ଦନ୍ତ ଚ଼ିକିତ୍ସକ ଡ଼ାଃ ରାଜୀବ ସେଠୀ, ଓଡ଼ିଶା ରାଇଜିଙ୍ଗ ଫାଉଣ୍ଡେସନ, ଚ଼େତନାର‌ ଫିଜିଓ ଥେରାପିଷ୍ଟ ଶ୍ରୀମତୀ ବି.ଶୁଭଶ୍ରୀ‌ ପ୍ରିୟଦର୍ଶିନୀ, ସ୍ବତନ୍ତ୍ର ଅଲିମ୍ପିକ୍ ଭାରତ ର କ୍ଷେତ୍ର ପରିଚ଼ାଳକ ଶ୍ରୀ ପ୍ରକାଶ ରଥ ପ୍ରମୁଖ ଯୋଗଦେଇ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳନର ବିଶେଷତ୍ଵ ବର୍ଣ୍ଣନା କରିବା ସହ ସଚ଼େତନତା ବାର୍ତ୍ତା ରଖିବା ପରିପ୍ରେକ୍ଷୀରେ ଶ୍ରୀ ରଥ ଶାରୀରିକ ସ୍ବାସ୍ଥ୍ୟ ଓ ଦିବ୍ୟାଙ୍ଗଙ୍କ ସ୍ୱତନ୍ତ୍ର ଅଲମ୍ପିକ ଉପରେ ବାର୍ତ୍ତା ରଖିଥିଲେ।ଡାକ୍ତର ସେନାପତି ଦନ୍ତ ସ୍ୱଚ୍ଛତା ଓ ଦାନ୍ତ ଚି଼କିତ୍ସାର ଗୁରୁତ୍ୱ ଉପରେ କହିଥିଲେ।ଡାକ୍ତର ସେଠି ହୃଦ ରୋଗର କାରଣ ଓ ନିରାକରଣ ଉପରେ ସଚେତନତା ବାର୍ତ୍ତା ଦେଇଥିଲେ,ଶ୍ରୀମତୀ ଶୁଭଶ୍ରୀ ପ୍ରିୟଦର୍ଶିନୀ ଭୌତିକ ଚିକିତ୍ସାର ଗୁରୁତ୍ୱ ଉପରେ ଏବଂ ପ୍ରଫେସର ନନ୍ଦ ମାନସିକ ସ୍ୱାସ୍ଥ୍ୟ ଉପରେ ବାର୍ତ୍ତା ରଖିଥିଲେ। ସୁସ୍ଥ ରହିବା ପାଇଁ ସୁସ୍ଥ ଖାଦ୍ୟ ହେଉଛି ସବୁଠୁ ଗୁରୁତ୍ବପୂର୍ଣ୍ଣ। ଗୋଟିଏ ଦିନରେ ଅତି କମରେ ତିନୋଟି ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଖାଇବା ନିହାତି ଆବଶ୍ୟକ।ସବୁବେଳେ ରାତ୍ରିଭୋଜନ ହାଲୁକା କରିବା ଦରକାର।ଖାଦ୍ୟରେ ପ୍ରଚୁର ପରିମାଣରେ ଫଳ, ପନିପରିବା, ପୁରା ଶସ୍ୟ, ସୁସ୍ଥ ଚର୍ବି ଏବଂ ପ୍ରୋଟିନ୍ ସମୃଦ୍ଧ ଜିନିଷ ରହିବା ଆବଶ୍ୟକ।ନିୟମିତ ଓ ବାରମ୍ବାର ବ୍ୟାୟାମ ରୋଗ ପ୍ରତିରେଧକ ଶକ୍ତି ବଢ଼ିଥାଏ।ବ୍ୟାୟାମ ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ, ବିଷାଦ ଦୂର ହୁଏ, ଯୁକ୍ତାତ୍ମକ ମନୋବଳ ବୃଦ୍ଧି ହୁଏ ବୋଲି ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା।ପରିଶେଷରେ ଚ଼େତନା ଅନୁଷ୍ଠାନର ସ୍ବତନ୍ତ୍ର ଶିକ୍ଷକ ଶ୍ରୀ ବୃନ୍ଦାବନ ଦାସ ଧନ୍ୟବାଦ୍ ଦେଇ ସଭା ଶେଷ କରିଥିଲେ।ଏଥିସହିତ ଚେତନାର ଅନ୍ତେବାସୀ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଡେଣ୍ଟାଲ ସ୍କ୍ରିଣ୍ଣିଙ୍ଗ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା।ଉକ୍ତ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଚେତନା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବିନୟ ଭୂଷଣ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପରିଚାଳନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଚେତନା ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, କର୍ମକର୍ତ୍ତା ଏବଂ ଅଭିଭାବକମାନେ ଉପସ୍ଥିତ ଥିଲେ ଏବଂ ସମ୍ପୂର୍ଣ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.