ଆଇୱା କପ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ

ନବରଙ୍ଗପୁର ବିଜେତା, ସମ୍ବଲପୁର ଉପ ବିଜେତା

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ପୋଲିସ ପଡିଆ ଠାରେ ଚାଲିଥିବା ରାତ୍ରି କାଳୀନ ଆଇୱା କପ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି | ଆଇୱା କ୍ଳବ ନୂଆପଡା ତରଫରୁ ଆୟୋଜିତ ଏହି କ୍ରିକେଟ ଟୁର୍ନାମେଣ୍ଟରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ସମ୍ମାନିତ ଅତିଥି ଭାବେ ନୂଆପଡା ବାର ଏସୋସିଏସନ ସଭାପତି କ୍ଷିତୀଶ ବୋଧଙ୍କର, ପଂଚାୟତ ସମିତି ଅଧକ୍ଷା ପ୍ରତିନିଧି ଧନିରାମ ସାହୁ, ନୂଆପଡା ନଗର ଅଧକ୍ଷ ଆଦମ ଖାନ, ବିଜେଡି ନେତା କମଲ ଠାକୁର, ବିଜେଡି କାଉନସିଲର ସଂଗୀତା ପାରଖ, ଥାନେସ୍ୱର ସୁନା, ଶିବାନନ୍ଦ ପାତ୍ର, ପ୍ରତିନିଧି ଗଣେଶ ମାଝୀ, ବିମଲ ସାହୁ, ସମାଜସେଵୀ ପ୍ରେମ ପ୍ରମୁଖ ଯୋଗଦେଇ ମଂଚାସୀନ ଥିଲେ | ୮ ଓଭରିଆ ଏହି ଟୁର୍ନାମେଣ୍ଟର ଉଦଯାପନୀ ମ୍ୟାଚ ନବରଙ୍ଗପୁର ଓ ସମ୍ବଲପୁର ଦଳ ମଧ୍ୟରେ ଖେଳା ଯାଇଥିଲା | ଯେଉଁଥିରେ ନବରଙ୍ଗପୁର ଦଳ ବିଜୟୀ ହୋଇ ନଗଦ ୫୧ ହଜାର ଟଙ୍କା ଓ ଟ୍ରଫି ଏବଂ ଉପ ବିଜେତା ଦଳ ସମ୍ବଲପୁର ୩୧ ହଜାର ଟଙ୍କା ଓ ଟ୍ରଫି ପୁରସ୍କୃତ କରାଯାଇଥିଲା | ଏହି ଟୁର୍ନାମେଣ୍ଟରେ ଅନିଲ ଦାଶ, ପଦ୍ମନ ବିଶି ଓ ବିଶ୍ୱମ୍ବର ମହାକୁଡ଼ ଅମପେୟାରିଙ୍ଗ କରିଥିବା ବେଳେ ଜୈକିଶନ ସୁନାନୀ, ଅମିତ ହଂସ ଓ ସିମାଞ୍ଚଳ ମହାପାତ୍ର ଧାରବିବାରଣି ପ୍ରଦାନ କରିଥିଲେ | ଶୈଳେଶ ଶତପଥି ସ୍କୋରିଙ୍ଗ କରିଥିଲେ | ଆୟୋଜକ ଆଇୱା କ୍ଳବର ଆବାସ ଖାନ, ସାହିଲ ଖାନ, ରାଜୁ ଖାନ, ମୁଜହୀଦ ଖାନ, ଅନିଲ ଦେୱାଙ୍ଗନ, ରାଜା ଖାନ, ଗୁଲସନ ଜୈନ, ମୁନ୍ନା ସାହୁ, ବଣ୍ଟି ଠାକୁର, ଅନିଲ ଦାଶ, ଶିବରାତନ ବାଗ, ରାକେଶ ପଟେଲ, ବିଜୟୀ ସେଠି, ରାଜେନ୍ଦ୍ର ପଟେଲ, ଦୀନେଶ ପାଣ୍ଡେ, ମୁକେଶ ସହିଷ, ଅରିଫ ଖାନ ପ୍ରମୁଖ ଉପସ୍ଥିତ ଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.