ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ତରଫରୁ ସରସ୍ୱତୀ ଶିଶୁ ମନ୍ଦିର ନର୍ଲା ଠାରେ ହିନ୍ଦୁ ନବ ବର୍ଷ ବା ରାଷ୍ଟ୍ରୀୟ ନବ ବର୍ଷ ପାଳିତ ହୋଇ ଯାଇଛି। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବରିଷ୍ଠ ସଦସ୍ୟ ତଥା ନର୍ଲା ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ବୁଦ୍ଧ ନାଏକଙ୍କ ନେତୃତ୍ଵରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସଦସ୍ୟ ବେଦ ପ୍ରକାଶ ଅଗ୍ରୱାଲ ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ନାଏକ ରାଷ୍ଟ୍ରୀୟ ନବ ବର୍ଷ ବିଷୟରେ ବକ୍ତବ୍ୟ ରଖିଥିଲେ। ବରିଷ୍ଠ ସ୍ବୟଂ ସେବକ ଅଜୟ ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବରିଷ୍ଠ କାର୍ଯ୍ୟକର୍ତ୍ତା ସମୀର ନାଏକ, ନର୍ଲା ଶିଶୁ ମନ୍ଦିରର ଗୁରୁଜୀ ଓ ଗୁରୁମାମାନେ ଉପସ୍ଥିତ ଥିଲେ।

 
                                        
 
 
        
 
 
         
 
         
 
        

