ଜଙ୍ଗଲରେ ନିଆଁ ଲଗେଇ ଜଣେ ଗିରଫ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ଆମପାଣି ଫରେଷ୍ଟ ସେକ୍ସନ ଅଧିନରେ ଥିବା ସାହଜଖୋଳ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗେଇଥିବା ଜଣେ ବ୍ୟକ୍ତିଙ୍କୁ ଆମପାଣି ବନ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ନବରଙ୍ଗପୁର ଜିଲ୍ଲା ମୈଦଲପୁରର ଥାନା ବଡ଼ବାର୍ଲି ଗାଁର ରାମ ଜାନି(୪୦) ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ସୋମବାର ସାହଜଖୋଳ ସଂରକ୍ଷିତ ଜଙ୍ଗଲର କୁଟୁରୁ ବିଟ୍ ଗିର୍ଲିମାଲ ନିକଟରେ ପୋଡୁ ଚାଷ ନିମନ୍ତେ ବେଆଇନ ଭାବେ ଗଛ କାଟି ଜଙ୍ଗଲରେ ନିଆଁ ଲଗେଇ କ୍ଷେତ୍ର ସଫା କରୁଥିବା କୈାଣସି ସୂତ୍ରରୁ ବନ ବିଭାଗକୁ ଖବର ମିଲିଥିଲା। ଏହା ପରେ ଆମପାଣି ଫରେଷ୍ଟର ମନିଷା ପଟ୍ଟନାୟକ, ଫରେଷ୍ଟ ଗାର୍ଡ ନାରାୟଣ ନାଗ ଓ ବନ କର୍ମଚାରୀମାନେ ସେଠାକୁ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏବଂ ସମ୍ପୃକ୍ତ ଯୁବକ ରାମ ଜାନିଙ୍କୁ କାବୁ କରିବା ସହ ଆମପାଣି ବନ କାର୍ଯ୍ୟାଳୟକୁ ନେଇ ଆସିଥିଲେ। ମଙ୍ଗଳବାର ସମ୍ପୃକ୍ତ ଯୁବକକୁ ଧର୍ମଗଡ ରେଞ୍ଜ ଅଫିସକୁ ନେଇ ପଚରା ଉଚୁରା କରିବାପରେ କୋର୍ଟ ଚାଲାଣ କରିଥିବା ଫରେଷ୍ଟର ମନିଷା ପଟ୍ଟନାୟକ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.