ଲାଞ୍ଜିଗଡ଼ରେ ବିଜେଡ଼ିର ଜୋରଦାର ପ୍ରଚାର: ଜନତାଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି ବିଧାୟକ ପ୍ରାର୍ଥୀ ପ୍ରଦିପ ଦିଶାରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି। ବୁଧବାର ଲାଞ୍ଜିଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଦିଶାରୀତାଙ୍କର ସମର୍ଥକମାନଙ୍କ ସହିତ ବିଶ୍ଵନାଥପୁରରୁ ବାହାରି କୁମଖାଲ, ବନ୍ଧପାରୀ, କାନକୁଟ୍ରୁ, ଲାଞ୍ଜି ପଞ୍ଚାୟତର ବିଭିନ୍ନ ଗାଁରେ ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରିବା ସହିତ ପ୍ରଚାର ଆରମ୍ଭ କରି ପ୍ରଚାର ଜୋରଦାର କରିଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ କହି ଲୋକଙ୍କୁ ବୁଝାଇଛନ୍ତି। ଗତ ପାଞ୍ଚବର୍ଷରେ ସେ ବିଧାୟକ ଭାବରେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ଅନେକ ସମସ୍ୟାର ସମାଧାନ କରିଛନ୍ତି। ତାଙ୍କୁ ଏଥର ପୁଣି ଭୋଟ ଦେଇ ବିକାଶ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ସୁଯୋଗ ଦେବାକୁ ସେ ଅନୁରୋଧ କରିଛନ୍ତି। ବିଭିନ୍ନ ସ୍ଥାନରେ ମହିଳାମାନେ ତାଙ୍କୁ ବନ୍ଦାପନା କରିବା ସହିତ ସମର୍ଥନ ଦେବାକୁ କଥା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବ୍ଲକ ବିଜେଡି ସଭାପତି ହିମାଦ୍ରି ପେଶନିଆ, ବିଧାୟକ ପ୍ରତିନିଧି ପ୍ରଦୀପ ଘଡେ଼ଇ, ଜୋନ୍ ୧-ଜିଲ୍ଲାପରିଷଦ ସଦସ୍ୟା ଅଞ୍ଜଳୀ ମାଝୀ, ଜୋନ୍ ୨-ସଦସ୍ୟ ପରୀକ୍ଷିତ ନାଏକ, ଲାଞ୍ଜିଗଡ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ନାୟକ, ବିଜୁ ଯୁବ ଜନତା ଦଳର ସଭାପତି ଡିଲେଶ କୁମାର ନାଗ, ବିଜୁ ମହିଳା ଜନତା ଦଳ ସଭାପତି ସୁଜାତା ଘଡେ଼ଇ, ବିଜେଡ଼ି ଯୁବ ନେତା ଚାଞ୍ଚେର ମାଝୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ତୁଳସୀ ନାଏକ, ହରିହର କୁମାର, କାନକୁଟ୍ରୁ ସରପଞ୍ଚ ବନମାଳୀ ମାଝୀ, ମନୋରଞ୍ଜନ ବିଶି, ବିଜୁ ଜନତା ଦଳର ପଞ୍ଚାୟତ ସଭାପତିଙ୍କ ସମେତ ଶତାଧିକ କର୍ମୀ ଓ ନେତା ଉପସ୍ଥିତ ଥିଲେ। ଗତ ଥର ଭଳି ଏଥର ମଧ୍ୟ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡି ବିଜୟ ଲାଭ କରିବ ବୋଲି କହିଛନ୍ତି ବିଧାୟକ ପ୍ରାର୍ଥୀ ଶ୍ରୀ ଦିଶାରୀ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.