ପ୍ରଚାର ମୈଦାନରେ ନର୍ଲା ବିଜେଡ଼ି ପ୍ରାର୍ଥୀନୀ ମନୋରମା ମହାନ୍ତି

ଜନତାଙ୍କୁ ଜଣାଇଲେ କୃତଜ୍ଞତା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଚାଲିଛି ଘମାଘୋଟ ନିର୍ବାଚନୀ ଯୁଦ୍ଧ। ନର୍ଲା ବିଧାନସଭା କ୍ଷେତ୍ରରେ ନିର୍ବାଚନୀ ତାତି ଆଗରେ ଫିକା ପଡିଯାଉଛି ୪୨° ଖରାର ତାତି। ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ଦିନ ରାତି ଏକ କରି ଦେଇଛନ୍ତି କର୍ମୀ। ପ୍ରାର୍ଥୀ/ପ୍ରାର୍ଥୀନୀ ମାନେ ସମର୍ଥକଙ୍କ ଗହଣରେ କରୁଛନ୍ତି ପ୍ରଚାର। ଏଥର ନର୍ଲାରେ ୧୨ଜଣ ବିଧାୟକ ପ୍ରାର୍ଥୀ ରହିଥିବାବେଳେ କଂଗ୍ରେସ, ବିଜେପି ଓ ବିଜେଡ଼ି ମଧ୍ୟରେ ମୁଖ୍ୟତଃ ତ୍ରିମୁଖି ଲଢ଼େଇ ହେବ ବୋଲି ଆଲୋଚନା ହେଉଛି। ତିନି ପ୍ରମୁଖ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତ କରି ପ୍ରାର୍ଥୀଙ୍କୁ ରଣାଙ୍ଗନକୁ ଛାଡିଛନ୍ତି। ତେବେ ପ୍ରଚାର ସମୟରେ ଅଂଶ ଗ୍ରହଣ କରି ପ୍ରାର୍ଥୀଙ୍କୁ ଉତ୍ସାହିତ କରୁଥିବାରୁ ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଜେଡ଼ିର ନର୍ଲା ବିଧାୟିକା ପ୍ରାର୍ଥୀନୀ ମନୋରମା ମହାନ୍ତି। ଶ୍ରୀମତୀ ମହାନ୍ତି ଦଳୀୟ କାର୍ଯ୍ୟକର୍ତ୍ତା, କର୍ମୀ, ବିଜୁ ଛାତ୍ର ଜନତା ଦଳ, ବିଜୁ ଯୁବ ଜନତା ଦଳ, ବିଜୁ ମହିଳା ଦଳ, ଅନେକ ଜନପ୍ରତିନିଧି ଓ ନର୍ଲାର ତିନିଜଣ ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା; ହରିଶଙ୍କର ମାଝୀ, ନମ୍ରତା ସାହୁ ଏବଂ ଲିଲି ଦୀପଙ୍କ ସହ ମୈଦାନରେ ପ୍ରଚାର କରି ଯୋଡ଼ି ଶଙ୍ଖ ଚିହ୍ନରେ ଭୋଟ ଦେବାପାଇଁ ଜନତାଙ୍କୁ ନିବେଦନ କରୁଥିବା ଦେଖିବାକୁ ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.