ମୋହନଗିରି ଧବଳେଶ୍ୱର ମହାବିଦ୍ୟାଳୟ ଛାତ୍ର ରମାକାନ୍ତ ଶିକାଙ୍କ କୃତିତ୍ବ

କଳାହାଣ୍ଡି,୨୬/୬: ନିକଟରେ ପ୍ରକାଶ ପାଇଥିବା ଯୁକ୍ତ ଦୁଇ କଳା ପରୀକ୍ଷା ଫଳାଫଳରେ ମ.ରାମପୁର ବ୍ଲକ୍ ମୋହନଗିରି ସ୍ଥିତ ଧବଳେଶ୍ୱର ମହାବିଦ୍ୟାଳୟର ଛାତ୍ର ରମାକାନ୍ତ ଶିକା ୪୯୪ ମାର୍କ(୮୨ ପ୍ରତିଶତ) ରଖି ବ୍ଲକ ଟପ୍ପର ହେବାର ସୌଭାଗ୍ୟ ହାସଲ କରିଛନ୍ତି । କେବଳ ସେତିକିନୁହେଁ ଜଣେ ଗରୀବ ପରିବାରରୁ ଆସିଥିବା ଏହି ମେଧାବୀ ଛାତ୍ର ଜଣକ ନିଜର ନିଷ୍ଠା ବଳରେ ଓଡ଼ିଆ ଭାଷା ସାହିତ୍ୟ ପତ୍ରରେ ନବେ ଶତକରୁ ଅଧିକ ରଖି ଛାତ୍ର ମେଧା ପାଇବାର ଗୌରବ ମଧ୍ୟ ହାସଲ କରିଛନ୍ତି । ଗତ ବର୍ଷ ମଧ୍ୟ ଏହି ମେଧା ମୋହନଗିରୀ ଧବଳେଶ୍ୱର ମହାବିଦ୍ୟାଳୟର ଜଣେ ଛାତ୍ରୀ ପାଇଥିବାବେଳେ ଚଳିତ ବର୍ଷ ମଧ୍ୟ ଏହି କଲେଜର ଛାତ୍ର ରମାକାନ୍ତ ଶିକା ପାଇବେ ଛାତ୍ର ମେଧା । ମୋହନଗିରୀ ପଂଚାୟତପଡ଼ା ନିବାସୀ ରମାକାନ୍ତଙ୍କ ବାପା ଜଣେ ବିପିଏଲ ଶ୍ରେଣୀର ହେଇଥିବାବେଳେ ବହୁତ କଷ୍ଟରେ ପରିବାର ପ୍ରତିପୋଷଣ କରି ନିଜ ପୁଅଝିଅଙ୍କୁ ପାଠ ପଢାଉଛନ୍ତି । ସେହିଭଳି ଗୋଟିଏ ପରିବାରରୁ ଆସି ରମାକାନ୍ତଙ୍କ ଏହି ସଫଳତାପରେ ରମାକାନ୍ତ ସମସ୍ତ ଶ୍ରେୟ ମହାବିଦ୍ୟାଳୟର ଅଧ୍ୟକ୍ଷା ମୀନାକ୍ଷୀ ଭୋଇ, ସଭାପତି ନର୍ଲା ବିଧାୟକ ଭୂପିନ୍ଦର ସିଂ, କାର୍ଯ୍ୟକାରୀ ସଭାପତି ଗୋକୁଳାନନ୍ଦ ବିଶ୍ୱାଳ, ସଂପାଦକ ଶୁକଦେବ ସାହୁଙ୍କୁ ପ୍ରଦାନ କରିବା ସହ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ସବୁବେଳେ ମୋତେ ସହାୟତା ଯୋଗାଇବା ସହ ଗାଇଡ଼ କରିଥିଲେ ବୋଲି ନିଜ ପ୍ରତିକ୍ରିୟାରେ ଆମ ପ୍ରତିନିଧିଙ୍କ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ,୨୦୧୩ ମସିହାରେ ପ୍ରତିଷ୍ଠାଲାଭ କରିଥିବା ମୋହନଗିରୀ ଧବଳେଶ୍ୱର ମହାବିଦ୍ୟାଳୟରେ ଚଳିତବର୍ଷ ସମୁଦାୟ ୧୦୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୮୦ଜଣ ଛାତ୍ରଛାତ୍ରୀ ପାଶ କରିଛନ୍ତି ଏବଂ ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୫,ଦ୍ୱିତୀୟଶ୍ରେଣୀରେ ୯ ଏବଂ ତୃତୀୟଶ୍ରେଣୀେ ୫୬ ପାଶ କରିଛନ୍ତି । ମହାବିଦ୍ୟାଳୟର ପାଶ ହାର ୭୭ ପ୍ରତିଶତ ରହିଥିବା ଜଣାଯାଇଛି ।

Omkar Vasthu
Omkar Vasthu
ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.