ଶିଶୁ ଯତ୍ନ ଏବଂ ସୁରକ୍ଷା କର୍ମଶାଳା

କଳାହାଣ୍ଡି : ସେବାଜଗତ ବୁରାଟସ୍ଥିତ ତାଲିମ କେନ୍ଦ୍ରଠାରେ ଏକ ଶିଶୁ ଯତ୍ନ ଓ ସୁରକ୍ଷା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହେଇଯାଇଛି । କଳାହାଣ୍ଡିର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ କର୍ତ୍ତବ୍ୟ, ସେବାଜଗତ, ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା ଟାସ୍କ ଫୋର୍ସର ମିଳିତ ଆନୁକୁଲ୍ୟରେ ତଥା ସେବାଜଗତ ସଂପାଦକ ସତ୍ୟନାରାୟଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମ.ରାମପୁର ବିଡ଼ିଓ ରୁମାନା ଜାଫ୍ରି ଯୋଗଦେଇ ଉଦଘାଟନ କରିବା ସହିତ ଶିଶୁର ଯତ୍ନ ସାଙ୍ଗକୁ ଶିଶୁକୁ ସୁରକ୍ଷା ଦେବା ଆମ ସମସ୍ତଙ୍କ ମୂଳ କର୍ତ୍ତବ୍ୟ ବୋଲି ମତପ୍ରକାଶ କରିଥିଲେ । କର୍ତ୍ତବ୍ୟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଶୋକ କୁମାର ପଟ୍ଟନାୟକ, ଆଇସିଡ଼ିଏସ ସୁପରଭାଇଜର ଅଞ୍ଜଳି ପଟ୍ଟନାୟକ, କର୍ତ୍ତବ୍ୟ କର୍ମୀ ଦୀପ୍ତିମୟୀ ବାରିକ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ସଦସ୍ୟ ଶୁଭ୍ରାଂଶୁ ଶେଖର ମହାପାତ୍ର ପ୍ରମୁଖ ଶିଶୁ ଯତ୍ନ ଓ ଶିଶୁ ସୁରକ୍ଷା, ଶିଶୁ ଅଧିକାରର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ସମସ୍ତଙ୍କୁ ସଚେତନ କରାଇଥିଲେ । ଏହି କର୍ମଶାଳାରେ ମ.ରାମପୁର ଅଂଚଳର ପଂଚାୟତିରାଜ ସଦସ୍ୟ, ଆଇସିଡ଼ିଏସ୍ ସୁପରଭାଇଜର, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ ପ୍ରମୁଖ ଉପସ୍ଥିତ ରହିଥିବାବେଳେ ଧନ୍ୟବାଦାର୍ପଣ କରିଥିଲେ ଅଶୋକ କୁମାର ପଟ୍ଟନାୟକ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସେବାଜଗତର ସୁନୀତା ତାଣ୍ଡି, ଶଙ୍କର ସୁନା ପ୍ରମୁଖ ସହଯୋଗ କରିଥିଲେ ।

 

ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.