ଅବ୍ୟବସ୍ଥା ଘେରରେ ବନ୍ଧକନା ଧାନମଣ୍ଡି 

ପ୍ରଶାସନର ଦୃଷ୍ଟି ପଡୁ

କଲମପୁର,୨୭/୬ : ସରକାର ଧାନମଣ୍ଡି ଗୁଡିକରେ ଅନେକ ପ୍ରକାର ସୁବିଧା ସୁଯୋଗ କରିଆସୁଛନ୍ତି, ହେଲେ ବିଭିନ୍ନ ସମୟରେ ଧାନମଣ୍ଡି ଗୁଡିକରେ ଅବ୍ୟବସ୍ଥା ଦେଖାଦେଇଛି । ଧାନମଣ୍ଡି ଗୁଡିକରେ ସୁଧାର ଆଣିବା ପାଇଁ ଅନେକ ପ୍ରୟାସ ସତ୍ତେ ମଧ୍ୟ ସମସ୍ୟା ସୁଧୁରି ପାରୁନଥିବା ବେଳେ କେଉଁଠି ଧାନମଣ୍ଡିରେ ଥିବା ଗୋଦାମ ଗୃହର ଛାତ ଉଡିଯାଇଛିତ ଆଉ କେଉଁଠି ଚାଷି ମାନଙ୍କ ବିଶ୍ରାମ ନିମନ୍ତେ ବିଶ୍ରାମଗାର ଟିଏ ହୋଇପାରିନାହିଁ ।

 

ଏଭଲି ଏକ ଉଦାହରଣ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ବନ୍ଧକନା ଧାନ ମଣ୍ଡିରେ ଦେଖିବାକୁ ମିଲିଛି । ଏଠାରେ ସୁଚନା ଯୋଗ୍ୟଯେ, ଉକ୍ତ ଧାନମଣ୍ଡିରେ ଥିବା ଗୋଦମଗୃହର ପାଞ୍ଚ ଶହ ମେଟ୍ରିକଟନ୍ ଛାତ ଦୁଇ ବର୍ଷତଲେ ଝଡବାତ୍ୟାରେ ଉଡିଯାଇଥିବା ବେଳେ ଆଜିଯାଁଏ ତାର ମରାମତି କରାଯାଇ ପାରୁନାହିଁ । ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଲରେ ନିର୍ମିତ ଏହି ଧାନ ଗୋଦାମ ଗୃହ ଚାଷୀଙ୍କ କାମରେ ଏବେ ଲାଗୁନଥିବା ବେଳେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ।

ଏପଟେ ଚାଷିଙ୍କୁ ଅଦିନିଆ ବର୍ଷା ଓ ପାଗ ମୌସୁମୀ ବର୍ଷା ଦାଉ ସାଜିଥିବାବେଳେ ବିଭାଗୀୟ କର୍ମଚାରୀ ମାନେ ପ୍ରର୍ଯ୍ୟାପ୍ତ ପରିମାଣରେ ତାରପୋଲିନ୍ ବ୍ୟବସ୍ଥା ମଧ୍ୟ କରିପାରୁ ନାହଁନ୍ତି । ଧାନମଣ୍ଡିରେ ବୈଦ୍ୟୁତିକ ଉପକରଣ ଆବଶ୍ୟକତା ରହିଥିବା ବେଳେ ଆଜି ଯାଏଁ ବିଦ୍ୟୁତ ସଂଯୋଗ ମଧ୍ୟ କରାଯାଇ ପାରିନାହିଁ । ଚାଷୀ ମାନଙ୍କ କଷ୍ଟ ଉପାର୍ଜିତ ଧାନକୁ ଆବଶ୍ୟକିୟ ସୁରକ୍ଷା ଦେଇପାରୁନଥିବା ବେଳେ ଚାଷୀ ମାନଙ୍କ ପାଇଁ ବିଶ୍ରାମଗୃହ ଖଣ୍ଡେ କରାଯାଇ ପାରିନାହିଁ । ସେହିପରି ଧାନମଣ୍ଡିରେ ଓଜନମାପ ଯନ୍ତ୍ର ସ୍ଥାପନ କରିବା ପାଇଁ ଦିର୍ଘଦିନ ହେଲା ଦାବି ହୋଇଆସୁଥିଲେ ମଧ୍ୟ ବିଭାଗୀୟ କର୍ମକର୍ତ୍ତା ମାନଙ୍କର ତତ୍ପରତା ପ୍ରକାଶ ପାଉନାହିଁ । ଫଳରେ ମାପ ଓଜନରେ ହେରାଫେରି ଆଶଙ୍କା ପ୍ରକାଶ ପାଉଛି ।

 

ଏଠାରେ କାନ୍ଥବାଡର ସୁବିଧା ଥିଲେ ମଧ୍ୟ ମୂଖ୍ୟ ଫାଟକ ନଥିବାରୁ ଅଣାୟତରେ ଯାନବାହାନ ଚଲାଚଲ କରୁଅଛି । ମଣ୍ଡିରେ ସ୍ୱଚ୍ଛତା ଆଣିବା ପାଇଁ ସିସିଟିଭି ଲଗାଯିବାର ବ୍ୟବସ୍ଥା ଥିଲେ ହେଁ ଏଠାରେ ସିସିଟିଭିର ବ୍ୟବସ୍ଥା ହୋଇନଥିବା ଦେଖିବାକୁ ମିଲିଛି । ତାର ସୁଯୋଗ ନେଇ ଜାଲିଆତି କାଗଜପତ୍ର ମାଧ୍ୟମରେ ବ୍ୟବସାୟ ଚାଲୁଥିବାବେଳେ ଚାଷୀଙ୍କ ମହଲରେ ଅଜ୍ଞହେଇ ରହିବାକୁ ବାଧ୍ୟ ହଉଛନ୍ତି । ଏପଟେ ମଣ୍ଡି ସମସ୍ୟାକୁ ନେଇ ବନ୍ଧକନା ସମିତି ସଭ୍ୟ ସୁବୋଧ କୁମାର ଖମାରୀ, କୃଷକ ନେତା ନିର୍ମଲ କୁମାର ପଣ୍ଡା, ନବିନ ପାଢି, ମଧୁସୁଦନ ପଟେଲ, ପବିତ୍ର ରାଉତ, ଟଙ୍କ ରାଉତ, ସଦାନନ୍ଦ ନାଏକ, ଅରୁଣ ରାଉତ, କେଶବ ମାଝି, ସତ୍ୟବାନ ରାଉତ, ଦେବ ଚଲାନ, କୁରୁପତି ଚଲାନ, ପ୍ରଶାନ୍ତ ରାଉତ ପ୍ରମୂଖ ସହ ଚାଷୀ ମାନେ ସିଘ୍ର ସମସ୍ୟା ସମାଧାନ କରିବା ପାଇଁ ଦାବି କରିଛନ୍ତି । ଏ ବିଷୟରେ ମୁଖିଗୁଡା ନିୟନ୍ତ୍ରୀତ ବଜାର କମିଟିର ସଂପାଦକ ଅନୀଲ କୁମାର ରାଉତଙ୍କ ମତାମତ ନେବାରୁ ଆମେ ତାରପୋଲିନ୍ ବ୍ୟବସ୍ଥା କରିଅଛୁ କିନ୍ତୁ ଟୋକନ ପାଇନଥିବା ଚାଷୀ ମାନେ ମଧ୍ୟ ଆଗୁଆ ଧାନ ଆଣି ରଖୁଛନ୍ତି ଯାଫଳରେ ସମସ୍ୟା ହେଉଥିବ । ଓଜନମାପ ଯନ୍ତ୍ର ର ପ୍ରସ୍ତାବ ସାରିଛି ଆଉ ବିଶ୍ରାମଗୃହ ପାଇଁ ମଧ୍ୟ ଟେଣ୍ଡର ସରିଛି ଓ ମଣ୍ଡି ସରିଲେ ମୂଖ୍ୟ ଫାଟକ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଥିଲେ ।

କଲମପୁରରୁ ତୁଲାରାମ ବେହେରାଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.