ନୂଆପଡା : ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ଠାରେ ଅନ୍ତର୍ଜାତୀୟ ନିଶା ନିବାରଣ ଓ ଅବୈଧ ଚାଲାଣ ଦିବସ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି । ଡି.ଏସ.ଏସ.ଓ. ଗପଲଷ୍ମୀ ହୋତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଉପ ଜିଲ୍ଲାପାଳ ତରଣୀ ସେନ ନାୟକ ଯୋଗ ଦେଇ ଥିଲା ବେଳେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ ପ୍ରଣବ କୁମାର ପଟ୍ଟନାୟକ ମୁଖ୍ୟ ବକ୍ତା ଏବଂ ଏସ.ଏସ.ଏସ.ଓ ଜାଗେଶ୍ଵର ବାରିକ, ବରିଷ୍ଠ ନାଗରିକ ଖିରୋଧ ନିବାସ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ ।
ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଶିକ୍ଷା ଅନୁଷ୍ଠାନରୁ ଛାତ୍ର ଛାତ୍ରୀ ଆସି ମଧ୍ୟ ଯୋଗ ଦେଇ ଥିଲେ । ନିଶା ବ୍ୟବହାର ନ କରିବା ବାର୍ତ୍ତା ନେଇ ଏହି ଯୁବ ଛାତ୍ରୀ ଛାତ୍ର ଏକ ଶୋଭାଯାତ୍ରା ରେ ବାହାରି ନୂଆପଡା ନଗର ପରିକ୍ରମା କରି ଥିଲେ । କାର୍ଯ୍ୟକ୍ରମରେ ପ୍ରଦୀପ ବାରିକ, ବି.ଏସ.ଏସ.ଓ. ସ୍ମୃତିରେଖା ନନ୍ଦ, ମୋହନ ବାଗ, ଓମ ପ୍ରକାଶ ରଣା, ଗଣେଶ ରାମ ଭୋଇ, ଯଶୋବନ୍ତ ମହାପାତ୍ର, ରଶ୍ମି ରଞ୍ଜନ ଯୋଶୀ, ଫୁଲକୁମର ଦଣ୍ଡସେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରାଇ ଥିଲେ ।