ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ସାହିତ୍ୟ ଜୀବନ ସାହିତ୍ୟ ସଂସଦ ପକ୍ଷରୁ ଆଭାସୀ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ପବିତ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଆସରକୁ ସଂଯୋଜନା କରିଥିଲେ ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ। ଉପ ସଭାପତି ଶୋଭାଗିନି ନନ୍ଦ କବିତାର ସଂଜ୍ଞା ଓ ତାର ବିଭିନ୍ନ ଦିଗ ଉପରେ ସମ୍ୟକ ଭାବରେ ଅଭିଭାଷଣ ପ୍ରଦାନ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ କବି ସତ୍ୟ ଶିବ ସୁନ୍ଦର ଦାସ, ଶିବାନନ୍ଦ ବାରିକ, ଅଂଶୁମାନ ସାହୁ, କବୟତ୍ରୀ ଗୋରୀ ସାହୁ, ରଶ୍ମିତା ବେହେରା, ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ ଯୋଗ ଦେଇଥିଲେ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶତାଧିକ କବି କବୟତ୍ରୀ ସାମିଲ ହୋଇ କବିତା ପାଠ କରିଥିଲେ। ଶେଷରେ ଶୋଭାଗିନି ନନ୍ଦ କବିତା ଗୁଡ଼ିକ ସମୀକ୍ଷା କରି ସମସ୍ତ କବି କବୟିତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।