ସଂକଟରେ ଗଜରାଜ: କୁଟିମସ୍କା ଜଙ୍ଗଲରେ ଦନ୍ତାହାତୀର ସନ୍ଦେହଜନକ ମୃତ୍ୟୁ, ସପ୍ତାହେ ପରେ ଖବର ପାଇଲା ବନବିଭାଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଶେଷ ସୀମାନ୍ତ କଦମ୍ବଗୁଡା ଗ୍ରାମପଞ୍ଚାୟତ ତଥା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ କମର୍ଦ୍ଧା ସେକ୍ସନ ଭୁର୍ଟିଗଡ଼ ବିଟ୍ ସେମେଲପଦର ଗାଁ ନିକଟସ୍ଥ କୁଟିମସ୍କା ଜଙ୍ଗଲରେ ଏକ ମୃତ ଦନ୍ତାହାତୀର ଶବକୁ ଠାବ କରିଛି ବନବିଭାଗ। ତେବେ ହାତୀଟିର ମୃତ୍ୟୁ ସପ୍ତାହେ ପୂର୍ବରୁ ହୋଇଥିବା ଅନୁମାନ କରାଯାଉଥିବାବେଳେ ସ୍ଥାନୀୟ ଲୋକଙ୍କୁ ହାତୀ ମୃତ୍ୟୁ ସମ୍ପର୍କରେ ଏଯାଏଁ ଅନ୍ଧାରରେ ରଖିଛି ବନବିଭାଗ। ଏପରିକି ହାତୀ-ହାତୀ ମଧ୍ୟରେ ଲଢେଇ ହୋଇ ହାତୀଟିର ମୃତ୍ୟୁ ଘଟିଥିବା ବନବିଭାଗ ସନ୍ଦେହ କରୁଥିବାବେଳେ ଶିକାରୀଙ୍କ ଗୁଳି କିମ୍ବା ବିଦ୍ୟୁତ ଆଘାତରେ ହାତୀଟିର ମୃତ୍ୟୁ ହୋଇଥାଇପାରେ ବୋଲି କୁହାଯାଉଛି। ତେବେ ବିଶ୍ୱନାଥପୁର ଓ ନର୍ଲା ରେଞ୍ଜ ର ବିଭିନ୍ନ ଅଞ୍ଚଳରେ ଦୀର୍ଘ ବର୍ଷ ହେଲା ଜଙ୍ଗଲୀ ହାତୀପଲଙ୍କ ଚଳପ୍ରଚଳ ଲାଗି ରହିଥିବାବେଳେ ବିଭିନ୍ନ ସମୟରେ ହାତୀ ଓ ମଣିଷ ମୁହାଁମୁହିଁ ହୋଇ ଆସୁଛନ୍ତି। ସେଥିମଧ୍ୟରୁ ପାଞ୍ଚରୁ ଅଧିକ ହାତୀଙ୍କ ମୃତ୍ୟୁ ଘଟିଥିବାବେଳେ ଅକାଳରେ ତିନିରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ତେବେ ଆଜି ହାତୀ ମୃତ୍ୟୁ ସମ୍ପର୍କରେ ଖବର ପାଇ ଉତ୍ତର ବନଖଣ୍ଡର ଏସିଏଫ, ନର୍ଲା ରେଞ୍ଜର, କମର୍ଦ୍ଧା ଫରେଷ୍ଟରଙ୍କ ସମେତ ବନବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ତେବେ ବନବିଭାଗ ଏନେଇ ଲୋକଙ୍କୁ ସଠିକ ତଥ୍ୟ ଦେବା ତ ଦୂରର କଥା ଓଲଟା ହାତୀ ଶବ ଦେଖିବାକୁ ବି ସୁଯୋଗ ଦେଇନାହିଁ। ସେହିପରି ପ୍ରାଣୀ ବିଶେଷଜ୍ଞ ଆସି ବ୍ୟବଚ୍ଛେଦ କରିବା ପରେ ଗାତ ଖୋଳି ହାତୀଟିକୁ ପୋତି ଦେଇଥିବା ଜଣାପଡିଛି। ଏନେଇ ବନବିଭାଗର ତଦନ୍ତ ଜାରି ଥିବା ଜଣାପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.