ସମାପନ ହେଲା ବଡ଼ ଖରିଡ଼ା କାଳେଶ୍ଵର ମନ୍ଦିରର ରୁଦ୍ର ମହା ଯଜ୍ଞ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡ଼ ଖରିଡ଼ା ଗ୍ରାମରେ ଥିବା କାଳେଶ୍ଵର ମହାଦେବଙ୍କ ପୀଠରେ ଦୀର୍ଘ ଆଠ ଦିନ ବ୍ୟାପୀ ଚାଲିଥିବା ରୁଦ୍ର ମହାଯଜ୍ଞ ସଂପନ୍ନ ହୋଇଛି। ଗ୍ରାମ ତଥା ଜଗତର ମଙ୍ଗଳ କାମନା ପାଇଁ ଯଜ୍ଞ ପରିଚାଳନା କମିଟି ତରଫରୁ ଆଠ ଦିନିଆ ରୁଦ୍ର ଘୃତ ମହାଯଜ୍ଞ ସହିତ, ନାମ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ ଆୟୋଜିତ ହୋଇଥିଲା। ପ୍ରଥମ ଦିନ ଅଙ୍କୁରା ରୋପଣ, ଜଳାଧିବାସ, ଆରମ୍ଭ କରା ଯାଇଥିଲା। ଶହ, ଶହ ମହିଳା ଋଷିକୁଲ୍ୟା ନଦୀରୁ ପବିତ୍ର ଜଳ ଧରି ଆସି ଜଜ୍ଞ ସ୍ଥଳରେ ରଖିଥିଲେ। ତା’ ସହିତ ଅଭିଜ୍ଞ ପଣ୍ଡିତ, ବ୍ରାହ୍ମଣଙ୍କ ଦ୍ୱାରା ଘୃତ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଦର୍ଶକ ଓ ଶ୍ରଦ୍ଧାଳୁମାନେ ମିନା ବଜାରର ଭରପୁର ମଜା ନେଇଥିଲେ। ହଜାର ହଜାର ଜନ ସାଧାରଣ ଏହି ଯଜ୍ଞରେ ସାମିଲ ହୋଇଥିଲେ। ଯଜ୍ଞ ପରିଚାଳନା କମିଟି ଓ କର୍ତ୍ତା ଥିବା ବ୍ୟକ୍ତି; ମୋହିନୀ ଗୌଡ଼, ଗୋପାଳ ବାରିକ, ଇନ୍ଦ୍ରମଣୀ ବାରିକ, ବୁଲୁ ମହାପାତ୍ର, ପ୍ରଣୟ କୁମାର ଦାଶ, ହେମନ୍ତ କୁମାର ଦଳେଇ, ଧନେଶ୍ୱର ବାରିକ, ପ୍ରଶାନ୍ତ କୁମାର ଦାଶ, ପ୍ରମୋଦ ବେହେରା, ରମେଶ ଚନ୍ଦ୍ର ବେହେରା, ଉଲ୍ଲାସ ଚନ୍ଦ୍ର ବେହେରା, କାଳୁ ବେହେରା,ବାଉରୀ ବନ୍ଧୁ ଗୌଡ଼,ସିମାଞ୍ଚଳ ଗୌଡ଼, ଲକ୍ଷ୍ମୀ କାନ୍ତ ଦାଶ, ନିର୍ମଳ ଚନ୍ଦ୍ର ମୁନୀ, ପର୍ଶୁରାମ ପାତ୍ର, ଶଙ୍କର ଦଳେଇ, ଦୀପକ ପୋଲାଈ, ଟୁଲୁ ମୁନୀ ପ୍ରମୁଖ ଦାଇତ୍ୱ ନିର୍ବାହ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.