ନିଃସହାୟ ବୃଦ୍ଧଙ୍କ ଅନ୍ତିମ ସଂସ୍କାର କରି ମହାନତାର ପରିଚୟ ଦେଲେ ସ୍ବେଚ୍ଛାସେବୀ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ସ୍ଥିତ ବୃଦ୍ଧାଶ୍ରମରେ ରହୁଥିବା ନିଃସହାୟ ବୃଦ୍ଧ ସୁକଦେବ ସାହୁ ବାର୍ଦ୍ଧକ୍ୟ ଜନିତ ରୋଗରେ ସ୍ଥାନୀୟ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ବରଣ କରିଥିଲେ। ମୃତ ବ୍ୟକ୍ତିଙ୍କ ପରିବାର ଵର୍ଗ କେହି ନ ଥିବାରୁ ତାଙ୍କୁ ବିଳମ୍ବିତ ରାତିରେ ସ୍ଥାନୀୟ ସମାଜସେବୀ ଓ ବୃଦ୍ଧାଶ୍ରମର ସଦସ୍ୟଙ୍କ ସହାୟତାରେ ମର ଶରୀରକୁ ରାମେଶ୍ବର ସ୍ଥିତ ଶ୍ମଶାନରେ ସତ୍କାର କରାଯାଇଛି। ପ୍ରକାଶ ଥାଉ କି ସୋନପୁର ଜିଲ୍ଲାର ଏକ ହୋଟେଲରେ ବହୁଦିନ ଆଗରୁ କାର୍ଯ୍ଯ କରି ଆସୁଥିବା କଣ୍ଟାମାଳ ଅଞ୍ଚଳର ସୁକଦେବ ସାହୁଙ୍କୁ ସମାଜସେବୀ ମନୋଜ ପଣ୍ଡା ଓ ସାମାଜିକ କର୍ମୀ ପଠାଣ ପଣ୍ଡାଙ୍କ ତତ୍ବାବଧାନରେ ବୃଦ୍ଧା ଶ୍ରମରେ ରଖାଯାଇଥିଲା। କିଛି ଦିନ ଆଗରୁ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲାବେଳେ ଗତକାଲି ମେଡିକାଲରେ ତାଙ୍କ ମୃତ୍ୟୁ ହେଇଥିଲା। ପୋଲିସ କର୍ମଚାରୀ ତଥା ରକ୍ତଦାତା ମନୋଜ ପଣ୍ଡା ଏହି ବୃଦ୍ଧଙ୍କ ମର ଶରୀରରେ ମୁଖାଗ୍ନୀ ଦେଇଥିଲେ। ଜିଲ୍ଲା ସେବା ଭାରତୀର କାହ୍ନୁ ସାହୁ, ସମାଜସେବୀ ମନୋଜପଣ୍ଡା, ଆଶିଷ ମିଶ୍ର, କୁଶ ଭୋଇ, ଦୀପକ ମେଣ୍ଡେଲି, ସୁଶାନ୍ତ କୁମାର ନାଏକ ପ୍ରମୁଖ ଏଭଳି ମହତ କାର୍ଯ୍ୟରେ ସହଯୋଗ କରିଥିବାରୁ ଏ ଉତ୍ସର୍ଗୀ କୃତ ସେବାକୁ ଜିଲ୍ଲାର ବୁଦ୍ଧିଜିବୀ ଖୁବ୍ ପ୍ରଶଂସା କରିଛନ୍ତି। ପ୍ରକାଶ ଥାଉ କି ଯେ, ଗତ ମାସରେ ଜଣେ ଅସହାୟ ବୃଦ୍ଧାଙ୍କ ସମେତ ପୂର୍ବରୁ ସହରର ଅନେକ ଅଚିହ୍ନା ଶବ ସଂସ୍କାର କାର୍ଯ୍ଯରେ ଏହି ସ୍ୱେଚ୍ଛାସେବୀ ମାନେ ସହଯୋଗର ହାତ ବଢ଼ାଇଥିବା ଖବର ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.