ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର ଉତିଷ୍ଠତ କାର୍ଯ୍ୟକ୍ରମ

ଚନ୍ଦ୍ରମଣି ରଙ୍ଗମଞ୍ଚ ଓ ମ. ରାମପୁର ସାରସ୍ଵତ ଜଗତ ସମ୍ପର୍କରେ ଆଲୋଚନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ପକ୍ଷରୁ ପ୍ରେରଣାଦାୟୀ ବକ୍ତୃତାମାଳା ଉତିଷ୍ଠତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵବିଦ୍ୟାଳୟ କୁଳପତି କର୍ଣ୍ଣେଲ ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ଚନ୍ଦ୍ରମଣି ରଙ୍ଗମଞ୍ଚ ଓ ମ.ରାମପୁରର ସାରସ୍ଵତ ଜଗତ’ ସମ୍ପର୍କରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ କଣ୍ଠଶିଳ୍ପୀ ଲିପ୍ସା ମହାରଣା ସଙ୍ଗୀତ ପରିବେଷଣ କରିଥିବା ବେଳେ କାର୍ଯ୍ୟକ୍ରମକୁ ଔପନ୍ୟାସିକ ଡିଲେଶ୍ୱର ରଣା ସଞ୍ଚାଳନ କରିଥିଲେ। କବି ହେମନ୍ତ ସାହୁ ସ୍ବାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଶିଷ୍ଟ କବି ପଦ୍ମଲୋଚନ ମିଶ୍ର ଆଲୋଚ୍ୟ ବିଷୟ ଉପରେ ବକ୍ତବ୍ୟ ରଖିଥିଲେ। କୁଳସଚିବ ପୀତାମ୍ବର ଭୋଇ, ଆବାହକ ମେଜର ଡ. ଜୟଦେବ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅଧ୍ୟାପିକା ନେହା ରଥ ଧନ୍ୟବାଦ୍ ଦେଇଥିଲେ। ଏଥିରେ କଳାହାଣ୍ଡିର ବୁଦ୍ଧିଜୀବୀ, ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.