ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଇଣ୍ଡୋନେସିଆର କବି ପ୍ରଫେସର ଲେନି ମାର୍ଲିନା ଡ଼.ଭବାନୀ ଶଙ୍କର ନିଆଲଙ୍କ ଦୁଇଟି ଓଡ଼ିଆ କବିତା ‘ଶବ୍ଦକୁ ବି ମରିବାକୁ ପଡେ’ ଓ ‘ ଆଖିର ପୃଥିବୀ’ କୁ ଇଣ୍ଡୋନେସିଆ ଭାଷାରେ ଅନୁବାଦିତ କରିଛନ୍ତି। ଏହି କବିତା ଗୁଡିକୁ ଇଂରାଜୀ ଭାଷାରେ ଡ଼. ତପନ କୁମାର ରଥ ଅନୁବାଦିତ କରିଥିଲେ। ପ୍ରଫେସର ଲେନି ମାର୍ଲିନା ୨୦୦୬ ମସିହାରୁ ୟୁନିଭର୍ସିଟିସ୍ ନେଗେରି ପାଦଙ୍ଗ – ଇଣ୍ଡୋନେସିଆର ଭାଷା ଏବଂ କଳା ବିଭାଗରେ ଅଧ୍ୟାପିକା ଭାବରେ କାର୍ଯ୍ୟ କରୁଛନ୍ତି। ୨୦୨୨ ପରଠାରୁ ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା, ଇଣ୍ଡୋନେସିଆର ସାଟୁପେନାର ଲେଖକ ସଙ୍ଗଠନର ସଦସ୍ୟ ଏବଂ ୨୦୧୨ ରୁ ଅଷ୍ଟ୍ରେଲିଆ ଭିକ୍ଟୋରିଆ ରାଇଟର୍ସ ସଂଗଠନର ସଦସ୍ୟ ଅଛନ୍ତି। କ୍ରମାଗତ ଭାବେ କବି ନିଆଲଙ୍କ କବିତା ଇଂରାଜୀ, ଇଟାଲୀ, ବେଳାରୁଷ, ରୁଷ, ଫ୍ରାନ୍ସ, ଚୀନ, ଆର୍ବିକ, ପାର୍ସିଆ, ପୋଲିସ, ସ୍ପେନିସ, ଆଳବାନିୟନ, ସ୍ବେଡ଼ିସ, ଫିଲିପିନୋ, ଭିଏତନାମା, ଜାପାନ, କିର୍ଗିଜ୍, ହିବ୍ରୁ ଭଳି ୨୧ ଟି ଆନ୍ତଃରାଷ୍ଟ୍ରୀୟ ଭାଷାରେ ଅନୁଦିତ ହୋଇଛି। ବର୍ତ୍ତମାନ କବି ଡ଼. ଭବାନୀ ନିଆଲଙ୍କ କବିତା ଇଣ୍ଡୋନେସିଆ ଭାଷାରେ ଅନୁଦିତ ହେବାପରେ ଅନେକ ମହଲରେ ଖୁସିର ଲହରୀ ଖେଳିଯାଇଛି।