ଓଡ଼ିଆ ବାର୍ତ୍ତାରେ ଖବର ପ୍ରସାରଣ ପରେ ବିଦ୍ୟୁତ ବିଭାଗର ଭାଙ୍ଗିଲା ନିଦ: ନିର୍ମାଣ ହେଲା କିଡିଙ୍ଗ ଗାଁର ଟ୍ରାନ୍ସଫର୍ମର ବାଡ଼

‘ଓଡ଼ିଆ ବାର୍ତ୍ତା’ ମହାପ୍ରଭାବ

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ନିଲେଶ କୁମାର ନାଗ): ‘ଓଡ଼ିଆ ବାର୍ତ୍ତା’ର ମହା ପ୍ରଭାବ। ବାଜିଲା ଖବର ଭାଙ୍ଗିଲା ବିଦ୍ୟୁତ ବିଭାଗର ନିଦ। ଆଜ୍ଞା ହଁ ଆମେ କହୁଛୁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କିଡିଙ୍ଗ ଗାଁର ରାସ୍ତା କଡ଼ରେ ବିପଦ ସଂକୁଳ ଅବସ୍ଥାରେ ଥିବା ଟ୍ରାନ୍ସଫର୍ମରର କଥା। ଆଗରୁ ଏଠାରେ ନାଁ ଥିଲା ବାଡ଼ ନାଁ ଥିଲା ସୁରକ୍ଷା ବ୍ୟବସ୍ଥା। ତେବେ ଏହି ଖବରକୁ ସର୍ବପ୍ରଥମେ ଆମେ ପ୍ରସାରଣ କରିଥିଲୁ ଆମ ‘ଓଡ଼ିଶା ବାର୍ତ୍ତା’ରେ ଏବଂ ଏକଥା ବି ପ୍ରକାଶିତ କରିଥିଲୁ ଯେ କୌଣସି ସମୟରେ ଗାଈଗୋରୁ କିମ୍ବା ଲୋକଙ୍କ ଜୀବନ ପ୍ରତି ବିପଦ ରହେ ତେବେ ଦାୟି ହେବେ କି ବିଦ୍ୟୁତ ବିଭାଗର ବଡ଼ବାବୁ। ତେବେ ଏନେଇ ଗତ ୨୮ତାରିଖ ଦିନ ଆମେ ଖବର ପ୍ରସାରଣ କରିଥିଲୁ। ‘ଓଡ଼ିଆ ବାର୍ତ୍ତା’ରେ ଖବର ପ୍ରସାରଣ ପରେ ବିଦ୍ୟୁତ ବିଭାଗର ନିଦ ଭାଙ୍ଗିଲା ଏବଂ ଦିନକ ପରେ ଟ୍ରନ୍ସଫର୍ମ ଚାରିପଟେ ଇଟା, ବାଲି, ସିମେଣ୍ଟରେ ବାଡ଼ ନିର୍ମାଣ ହେଲା। ଆଗରୁ ଖୋଲାମେଲାରେ ରହିଥିଲା ଏହି ବିଦ୍ୟୁତ ଟ୍ରାନ୍ସଫର୍ମର, ତାହା ପୁଣି ଲଟାବୁଦାରେ ପରିପୂର୍ଣ୍ଣ, ଯାହା ବିପଦକୁ ହାତ ଠାରି ଡାକୁଥିଲା। ଗାଁ ମୁହଁ ରାସ୍ତା କଡରେ ଥିବା ଏହି ଲଟାବୁଦା ଘେରା ଟ୍ରାନ୍ସଫର୍ମର ଯୋଗୁଁ ବର୍ଷା ହେଲେ ଗଛରେ ବିଦ୍ୟୁତ ପ୍ରବାହ ହେଉଥିଲା। ସେହି ପାଖ ଦେଇ ଗାଈଗୋରୁ ଏବଂ ଲୋକେ ଯାତାୟତ ହେଉଥିବାବେଳେ କେତେବେଳେ କାହାର ଜୀବନ ଯେ ଚାଲିଯିବ ଯିବ ସେ ନେଇ ଗ୍ରାମବାସୀ ଆଶଙ୍କାରେ ରହିଆସୁଥିଲେ। ଗତ ମେ’ ମାସ ୨୮ ତାରିଖ ଦିନ ଗାଈ, ବାଛୁରି ହଳେ ବିଦ୍ୟୁତ ଆଘାତରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହାକୁ ନେଇ ଆମେ ଆମ “ଓଡ଼ିଶା ବାର୍ତ୍ତା”ରେ ଖବର ପ୍ରସାରଣ କରିଥିଲୁ। ତେବେ ଖବର ପ୍ରସାରଣର ଗୋଟିଏ ଦିନରେ ବିଦ୍ୟୁତ ବିଭାଗର ନିଦ ଭାଙ୍ଗିଲା ଏବଂ ନିର୍ମାଣ ହେଲା ଟ୍ରାନ୍ସଫର୍ମର ଚାରିପଟେ ବାଡ଼। ତେବେ ଏହି ଗୋଟିଏ ନୁହେଁ ଆହୁରି ଅନେକ ସ୍ଥାନରେ ମୁକୁଳା ଅବସ୍ଥାରେ ପଡ଼ିରହିଛି ଅନେକ ଟ୍ରାନ୍ସଫର୍ମର ତେଣୁ ବିଦ୍ୟୁତ ବିଭାଗର ବଡ଼ବାବୁ ମାନେ ସେଗୁଡିକୁ ଧ୍ୟାନ ଦେଇ ସମସ୍ତ ଟ୍ରାନ୍ସଫର୍ମରର ଚାରିପାଖରେ ବାଡ଼ ନିର୍ମାଣ କଲେ ଗାଈଗୋରୁ ତଥା ଲୋକମାନଙ୍କର ଜୀବନ ସୁରକ୍ଷିତ ରହିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.