ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ମୋଟ୍ ୧୪୯୨ଜଣ ପ୍ରାର୍ଥୀଙ୍କ (ଲୋକସଭାରେ ୨୦୭ଜଣ, ବିଧାନସଭାରେ ୧୨୮୫) ଫଳାଫଳ ଆଜି ଘୋଷିତ ହେବ । ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣତି ଆରମ୍ଭ ହୋଇଛି । ୮ଟା ୩୦ରୁ ଇଭିଏମ୍ ସିଲ୍ ଫିଟାଇ ଗଣତି ଆରମ୍ଭ ହୋଇଥିବା ଖବର ରହିଛି। ଏଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ରାଜ୍ୟର ୭୦ଟି ସ୍ଥାନରେ ଭୋଟ୍ ଗଣତି ହେବ। ରାଜ୍ୟବାସୀ କେଉଁ ଦଳ ଉପରେ ଭରସା କରୁଛନ୍ତି ତା’ର ଏକ ଚିତ୍ର ମଧ୍ୟାହ୍ନ ବେଳକୁ ଆସିଯିବ ।