ଓଡ଼ିଆ ବାର୍ତ୍ତା/ ନୂଆପଡ଼ା: ନୂଆପଡ଼ରେ ଗଡ ରକ୍ଷା କଲା ବିଜେଡି। ସ୍ବାଧିନ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ହରାଇ ଜିତିଲେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ। ସ୍ବାଧିନ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୧୦୮୮୧ ଭୋଟରେ ହରାଇଲେ ରାଜେନ୍ଦ୍ର। ବିଜେଡ଼ି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ୬୧୮୨୨ ଭୋଟ ପାଇଥିବାବେଳେ ସ୍ବାଧିନ ପ୍ରାର୍ଥୀ ଘାସିରାମ ମାଝୀ ୫୦୯୪୧ ଓ ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ୪୪୮୧୪ ଖଣ୍ଡ ପାଇଛନ୍ତି। ଏଠାରେ ପ୍ରକାଶଯୋଗ୍ୟ ଯେ, ୨୦୧୯ ନିର୍ବାଚନରେ ଏହି ଆସନରୁ ବିଜେଡ଼ିର ରାଜେନ୍ଦ୍ର ଢୋଲକିଆ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୨୪ ନିର୍ବାଚନରେ ନିଜ ଗଡ଼ ରକ୍ଷା କରି ପାରିଛନ୍ତି ରାଜେନ୍ଦ୍ର।