ଟି-୨୦ ବିଶ୍ବକପ: ଆଜି ନ୍ୟୁୟର୍କରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର ରବିବାର ଖେଳାଯିବ ସବୁଠୁ ବଡ଼ ମ୍ୟାଚ । ନ୍ୟୁୟର୍କରେ ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । ଏଥିପାଇଁ କାଉଂଟଡାଉନ ଆରମ୍ଭ ହୋଇଯାଇଛି । ଦୁଇ ଦେଶର କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି । ଟୁର୍ଣ୍ଣାମେଂଟରେ ଉଭୟ ଟିମ ଗୋଟିଏ ଲେଖାଏଁ ମ୍ୟାଚ ଖେଳିସାରିଛନ୍ତି । ସୁପର ଓଭରରେ ନୂଆ ଟିମ୍ ଆମେରିକାରୁ ଠୁ ପାକିସ୍ତାନ ହାରିଥିବା ବେଳେ ଭାରତ ଆୟର୍ଲାଣ୍ଡ ବିପକ୍ଷରେ ଏକତରଫା ବିଜୟ ହାସଲ କରିଛି । ତେଣୁ ବାବର ବାହିନୀ ଅପେକ୍ଷା ରୋହିତ ବାହିନୀର ମନୋବଳ ଦୃୃଢ ରହିଛି । କିନ୍ତୁ ଆମେରିକାର ପିଚ୍ ଭଲ ନଥିବାରୁ ଚିନ୍ତାରେ ଅଛି ଟିମ ମ୍ୟାନେଜମେଂଟ । ଭଲ ରନ ହେଉନଥିବାରୁ ପିଚ ଖେଳର ମୋଡ ବଦଳାଇ ଦେବାର ସମ୍ଭାବନା ରହିଛି । ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ୭ ଥର ମୁହାଁମୁହିଁ ହୋଇଥିବା ବେଳେ ଭାରତ ୬ ଟିରେ ବିଜୟ ହୋଇଛି । କିନ୍ତୁ ପାକିସ୍ତାନ ଟିମରେ ବାବର ଆଜମ, ଫକର ଜମାନ, ହରିସ ରୌଫ, ମହମ୍ମଦ ଅମିରଙ୍କ ଭଳି ଅଭିଜ୍ଞ ଖେଳାଳି ଥିବାରୁ ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.