ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ଏନଡ଼ିଏକୁ ବହୁମତ ମିଳିଛି । ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦୀ ଶପଥ ନେବାକୁ ଯାଉଛନ୍ତି । ରବିବାର ତାଙ୍କର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ତେବେ ମୋଦୀଙ୍କ ଶପଥ ଗ୍ରହଣ ପୂର୍ବରୁ ଟିଏମସି ମୁଖ୍ୟ ତଥା ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଦାବି କରିଛନ୍ତି । ଏହି ସରକାର ଅଧିକ ଦିନ ରହିବ ନାହିଁ ବୋଲି କହିଛନ୍ତି ମମତା ବାନାର୍ଜୀ । ସେ କହିଛନ୍ତି ଯେ, କିଛି ବିଜେପି ନେତା କିଛି ଦିନ ମଧ୍ୟରେ ଦଳ ଛାଡ଼ିପାରନ୍ତି । ଅନେକ ବିଜେପି ନେତା ଅତ୍ୟନ୍ତ ଅସନ୍ତୋଷ ଓ ଅସନ୍ତୁଷ୍ଟ । ଏହି ସରକାର ଅଧିକ ଦିନ ତିଷ୍ଠି ରହିବ ନାହିଁ । ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ତୃଣମୂଳ କଂଗ୍ରେସ ଯୋଗଦେବେ କି ନାହିଁ ଏହାର ଜବାବରେ ମମତା କହିଛନ୍ତି, ତାଙ୍କୁ ନିମନ୍ତ୍ରଣ ମିଳିନାହିଁ କିମ୍ବା ସେ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ନାହିଁ ।