ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଭତରା ଜାତିର ଆରାଧ୍ୟ ଦେବତା ଭୈରବ ଦେବଙ୍କ ବାର୍ଷିକ ଉତ୍ସବ ମଙ୍ଗଳବାର କୋକସରା ବ୍ଳକ ସିଉନୀଠାରେ ପାଳିତ ହୋଇଛି। ଜିଲ୍ଲା ଭତରା ସମାଜ ପକ୍ଷରୁ ଆୟୋଜିତ ଉକ୍ତ ଉତ୍ସବରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଇଂ ତୃପ କୁମାର ପାତ୍ର ମୁଖ୍ୟବକ୍ତା, ଘନଶ୍ୟାମ ନାଏକ, ନିଳକଣ୍ଠ ମାଝୀ, ସୁଶାନ୍ତ ମାଝୀ, ବୃନ୍ଦା ପୁଝାରୀ, କ୍ଷୀରୋଦ ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କ୍ରମରେ ସମାଜର ଶିକ୍ଷା, ଅର୍ଥନୈତିକ, ରାଜନୈତିକ, କୃଷି, ବୃତ୍ତି, ନିଯୁକ୍ତି ଓ ସାଂଗଠାନିକ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ପରେ ନବ ନିର୍ବାଚିତ ବିଧାୟକ ଶ୍ରୀ ଦିଶାରୀଙ୍କୁ ସମାଜ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏଥିରେ ବିଭିନ୍ନ ସ୍ଥାନରୁ ୫ଶହରୁ ଉର୍ଦ୍ଧ୍ବ ଭତରା ସମାଜର କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ। ମଞ୍ଚକୁ ଜିଲ୍ଲା ଭତରା ସମାଜର ସମ୍ପାଦକ ଋତୁରାଜ ମାଝୀ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମକୁ ଭୁବନେଶ୍ୱର ଦିଶାରୀ, ବୃନ୍ଦାବନ ପୁଝାରୀ, ମହେନ୍ଦ୍ର ବିହାରୀ, ସୁଧୀର ଧଙ୍ଗଡମାଝୀ, ବନ ଦଣ୍ଡସେନା, ହିମାଞ୍ଚଳ ପୁଝାରୀ, ଜମୁନା ମାଝୀ, ଜୟପାଟଣା ବ୍ଳକ ସମ୍ପାଦକ ବଂଶିଧର ଚଳାନ, ଗୋପାଳ କୃଷ୍ଣ ପୁଝାରୀ, ଦିଲିପ ପୁଝାରୀ, ପରମେଶ୍ବର ଧଙ୍ଗଡାମାଝୀ, ଅରୁଣ ମାଝୀ, ଖଗେଶ୍ବର ନାଏକ ପ୍ରମୁଖ ଉପସ୍ଥିତ ପରିଚାଳନା କରିଥିଲେ।