ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ପ୍ରତି ବର୍ଷ ଜୁନ ୧୨ ତାରିଖକୁ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ଭାବେ ପାଳନ କରାଯାଏ। ସରକାରଙ୍କର ମାଳ ମାଳ ଯୋଜନା ସତ୍ବେ ବାସ୍ତବରେ ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ହୋଇ ନାହିଁ। ପ୍ରତି ବର୍ଷ ହଜାର ହଜାର ସଂଖ୍ୟାରେ ଦାଦନ ଶ୍ରମିକ ବାହାର ରାଜ୍ୟକୁ କାମ କରିବାକୁ ଯାଉଛନ୍ତି। ବାପା ମାଆଙ୍କ ସହ ଯାଉଥିବା ଛୋଟ ଶିଶୁ ମଧ୍ୟ ସେଇଠି ଦାଦନ ସାଜି ଥାଏ। ଫଳରେ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ମଧ୍ଯ ଡ୍ରପ ଆଉଟ ସଂଖ୍ୟା ବଢିବାରେ ଲାଗିଛି। ଏବାବଦରେ ନବ ନିର୍ବାଚିତ ସରକାରଙ୍କୁ ଅବଗତ କରିବା ଉଦ୍ଦେଶ୍ୟରେ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ଛୋଟ ଛୁଆ ମାନେ ଇଟା ଭାଟିରେ କାମ କରୁଥିବାର କରୁଣ ଦୃଶ୍ୟକୁ ନିଖୁଣ ଭାବରେ ଅଙ୍କନ କରି ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସର ବାର୍ତ୍ତା ପ୍ରଦାନ କରିଛନ୍ତି।