ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଝରୀଗାଁ ବନ ବିଭାଗ ପକ୍ଷରୁ ଶନିବାର କଇଁଛ ଚୋରା ଚାଲାଣ ବେଳେ ଦୁଇ ବାଇକ ସହ ଚାରିଜଣଙ୍କୁ କାବୁ କରିଛି। କଳାହାଣ୍ଡି ଜିଲ୍ଲା ସୀମାନ୍ତ ଗାଁ ଗୋତୋମୁଣ୍ଡା ଠାରୁ ଉମରକୋଟ ଅଞ୍ଚଳକୁ ଚାଲାଣ ହେଉଥିବାବେଳେ ବିଶେଷ ସୂତ୍ରରୁ ଖବର ପାଇ ଝରିଗାଁ ବନାଞ୍ଚଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗୋବିନ୍ଦ ନାୟକଙ୍କ ନେତୃତ୍ୱରେ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ପାଖାପାଖି ଦୁଇକୁଇଣ୍ଟାଲ ମୋଟ ୧୭୬ଟି ଜିଅନ୍ତା କଇଁଛ ଉଦ୍ଧାର କରିଥିଲେ। ଉଦ୍ଧାର କଇଁଛ ଗୁଡିକ ଝରିଗାଁ ସେଣ୍ଟ୍ରାଲ ନର୍ସରୀରେ ରଖାଯାଇଛି। ଚୋରାଚାଲାଣ କରୁଥିବା ଚାରିଜଣକୁ ବର୍ତ୍ତମାନ ଗିରଫ କରାଯାଇଛି। ଗିରଫ ଚାରିଜଣ କଳାହାଣ୍ଡି ଜିଲ୍ଲା ଗୋତମୁଣ୍ଡା ଅଞ୍ଚଳର ହୋଇଥିବା ଜଣାପଡିଛି।