ଅସୁରଗଡରେ କଳାହାଣ୍ଡି ଜିଲ୍ଲା ୱାର୍ଡ ମେମ୍ବର ସଂଘର ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲ ଗ୍ରାମ ପଞ୍ଚାୟତର ଐତିହାସିକ କିମ୍ବଦନ୍ତୀ ସ୍ଥଳ ଅସୁରଗଡରର ବୀର କମଲ ମଇଦାନରେ ଜିଲ୍ଲା ୱାର୍ଡ ମେମ୍ବର ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି। ଶାନ୍ତପୁର ୱାର୍ଡମେମ୍ବର ଗୌରଚନ୍ଦ୍ର ବିଶ୍ଵାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ନର୍ଲା ବ୍ଲକ ସଭାପତି ମାର୍କଣ୍ଡ ଜାଲ, ଧର୍ମଗଡ ଉପଖଣ୍ଡ ସ୍ତରୀୟ ସଭାପତି ଦିଗାମ୍ବର ବେମାଲ, ଉପଖଣ୍ଡ କୋଷାଧ୍ୟକ୍ଷ ଯୁବରାଜ ରୋତ, ଜୟପାଟଣା ବ୍ଲକ ସଭାପତି ସୁବାଷ ଦାସ, ଜୁନାଗଡ଼ ବ୍ଲକ ସଭାପତି ଚନ୍ଦ୍ରଶେଖର କର, ନର୍ଲା ବ୍ଲକ କୋଷାଧ୍ୟକ୍ଷ ପୀତବାସ ଖାଡଙ୍ଗା, କେସିଙ୍ଗା ବ୍ଲକ ସଭାପତି ଆଲୋକ ରଞ୍ଜନ ତାଣ୍ଡି, କୋକସରାର ବରିଷ୍ଠ ସଦସ୍ୟ ଦେବିସିଂ ନାଗ, ବୀରସିଂ ମାଝୀ, ଉମାକାନ୍ତ କେତକୀ, ତୁଳାପଡା ଗ୍ରାମ ପଞ୍ଚାୟତ ସଭାପତି ଶିବ ପ୍ରସାଦ ରଣା ପ୍ରମୁଖ ମଞ୍ଚାସିନ ରହି ସଂଘର ବିଭିନ୍ନ ବିଷୟ ଓ ୱାର୍ଡମେମ୍ବର ମାନଙ୍କ ୫ ଗୋଟି ପ୍ରମୁଖ ଦାବୀ ଗୁଡ଼ିକ ଉପରେ ଆଲୋଚନା କରିଥିଲେ। ପ୍ରଥମେ ଠାକୁର ପୂଜନ ପରେ ମଞ୍ଚାସୀନ ଅତିଥିଙ୍କ ପରିଚୟ ପ୍ରଦାନ କାର୍ଯ୍ୟକ୍ରମ ହୋଇଥିଲା। ସଂଘର ମହିଳା ସଦସ୍ୟ ମାନେ ଅତିଥିଙ୍କୁ ସିନ୍ଦୂର, ଚନ୍ଦନ, ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ନର୍ଲା ବ୍ଲକ ୱାର୍ଡମେମ୍ବର ସଂଘର ସଭାପତି ଶ୍ରୀ ଜାଲ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଧର୍ମଗଡ ଉପଖଣ୍ଡ ସଭାପତି ଶ୍ରୀ ବେମାଲ ରାଜ୍ୟ ସରକାର ତ୍ରି- ସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ନିର୍ବାଚିତ ଜିଲ୍ଲା ପରିଷଦ ସଭାପତି, ସଦସ୍ୟ, ସରପଞ୍ଚ, ସମିତି ସଦସ୍ୟ ସମସ୍ତଙ୍କ ଦରମା ବୃଦ୍ଧି କରିଥିବା ବେଳେ ୱାର୍ଡ ମେମ୍ବର ମାନଙ୍କୁ ଅଣଦେଖା କରିଛନ୍ତି। ଏଣୁ କଳାହାଣ୍ଡି ଜିଲ୍ଲାର ସମସ୍ତ ୱାର୍ଡ ମେମ୍ବର ମାନଙ୍କ ରହିଥିବା ୫ ଗୋଟି ଦାବୀ; ୧- ଗ୍ରାମ ପଞ୍ଚାୟତ ସ୍ତରୀୟ ୱାର୍ଡ଼ ସଭ୍ୟ/ ସଭ୍ୟା ମାନଙ୍କ ମାସିକ ଭତ୍ତା ୪୮୦ ଟଙ୍କା ବଦଳରେ ଟ ୬୦୦୦/- (ଛଅ ହଜାର ଟଙ୍କା)କୁ ବୃଦ୍ଧି କରାଯାଉ। ୨. ୱାର୍ଡ ସଭ୍ୟ/ସଭ୍ୟା ମାନଙ୍କ କାର୍ଯ୍ୟ ଅବଧ ଶେଷ ହେବା ପରେ ଅବସର କାଳୀନ ଭତ୍ତା ବାବଦକୁ ମାସିକ ଦୁଇ ହଜାର ଟଙ୍କା ପ୍ରଦାନ କରାଯାଉ। ୩. ପ୍ରତ୍ୟେକ ୱାର୍ଡ଼ ସଭ୍ୟ/ ସଭ୍ୟା ମାନଙ୍କ ସାସ୍ଥ୍ୟ ନିରାପତ୍ତା ପାଇଁ ଦୁର୍ଘଟଣା ଜନିତ/ଅପ୍ରାକୃତିକ ମୃତ୍ୟୁ ପାଇଁ ଦଶଲକ୍ଷ ଟଙ୍କା ଓ ଶାରୀରିକ କ୍ଷତି ପାଇଁ ପାଞ୍ଚଲକ୍ଷ ଟଙ୍କାର ଜୀବନ ବୀମା ଦିଆଯାଉ। ୪. ପଂଚାୟତର ସମସ୍ତ ଉନ୍ନୟନ କାର୍ଯ୍ୟସବୁ ୱାର୍ଡ଼ ସଭ୍ୟ/ ସଭ୍ୟା ମାନଙ୍କ ଜରିଆରେ କାର୍ଯ୍ୟକାରୀ କରାଯାଉ। ୫. ପଞ୍ଚାୟତ ସ୍ତରରେ ହେଉଥିବା ସମସ୍ତ ଦରକାରୀ ଯୋଜନାରେ ୱାର୍ଡ଼ ସଭ୍ୟ/ ସଭ୍ୟା ମାନଙ୍କୁ ସାମିଲ କରିବାକୁ ବାଧ୍ୟତା ମୂଳକ ବ୍ୟବସ୍ଥା କରାଯାଉ। ଏହି ଦାବୀ ଗୁଡ଼ିକ ସରକାରଙ୍କ ପାଖରେ ରଖାଯିବ। ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟ ସରକାରଙ୍କୁ ୱାର୍ଡ ମେମ୍ବର ସଂଘ ତରଫରୁ ଦାବୀ କରଯାଇଥିଲା ହେଲେ ସରକାର କର୍ଣ୍ଣପାତ କରିନଥିଲେ। ସରକାର ଯଦି ଆମ ପାଞ୍ଚଗୋଟି ଦାବୀକୁ ଗୁରୁତ୍ଵ ନଦିଅନ୍ତି ତା ହେଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ ହେବ। ଆମେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି କହିଥିଲେ। ସଂଘର ସଦସ୍ୟ ମାନେ ଏହା ଉପରେ ମତାମତ ଦେଇଥିଲେ। ଅନ୍ୟାନ୍ୟ ଆଲୋଚନା ପରେ ସଭାପତି ଶ୍ରୀ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.