ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସ୍ଵାଗତ ସମାରୋହ ସଭା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜ୍ଞାପନ କଲେ ମ.ରାମପୁର ଆଦିବାସୀ ସଂଘ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମଦନପୁର ରାମପୁର ବ୍ଲକ ଆଦିବାସୀ ସଂଘ ପକ୍ଷରୁ ନବ ନିର୍ବାଚିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସ୍ଵାଗତ ସମାରୋହ ସଭା ଅନୁଷ୍ଠିତ ହୋଇଯାଇଛି। ବୁରାଟ ସ୍ଥିତ ସେବା ଜଗତ ସଭା ଗୃହରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଆଦିବାସୀ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି। ଧୋବା ପନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ମାଝୀ, ବ୍ଲକ ଉପସଭାପତି ଧନ ସିଂ ମାଝୀ, ସାଧୁ ଭୋଇ, କୈଳାସ ଚନ୍ଦ୍ର ମାଝୀ, ଗଣ୍ଡୱାନା ସମାଜ ଜିଲ୍ଲା ସମ୍ପାଦକ ଲୋଚନ ଧରୁଆ, ସିଂହ ମଲ ଭୋଇ, ରୁଦ୍ର ସିଂ ବରିହା ପ୍ରମୁଖ ଉପସ୍ଥିତ ରହି ନିଜ ବକ୍ତବ୍ୟ ପ୍ରଦାନ କରିବା ସହ ଆଗାମୀ ଦିନରେ ଆଦିବାସୀ ସଂଘ ଆହୁରି ଦୃଢ଼ ହୋଇ ସମାଜ ପାଇଁ ନିଜ ନିଜ ଦାୟିତ୍ୱ ସମ୍ପାଦନା କରିବାକୁ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବାରୁ ମାଝୀ, ସିଲି ମାଝୀ, ସୁରସେନ ପୁଟା, ପ୍ରସନ୍ନ ଭୋଇ, ବିପ୍ର ମାଝୀ, ଶିବ କହଁର ପ୍ରମୁଖ ସହଯୋଗ କରିଥିଲେ। ଏହି ସାମାରୋହରେ ମ.ରାମପୁର ବ୍ଲକର ବିଭିନ୍ନ ଅଞ୍ଚଳରୁ ଆଦିବାସୀ ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.