କାର୍ଯ୍ୟରତ ସାମ୍ବାଦିକ ସଂଘ ତରଫରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ବିବେକାନନ୍ଦ ପାଠାଗାର ଠାରେ ସଇଁତଲା କାର୍ଯ୍ୟରତ ସାମ୍ବାଦିକ ସଂଘ ତରଫରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି। ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ସଇଁତଲା ଆଇଆଇସି ସୁଶାନ୍ତ ପ୍ରଧାନ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, କେନ୍ଧୁଲିଫ ରେଞ୍ଜର ଭାସ୍କର ପାଣିଗ୍ରାହୀ, ସଂଘର ମୁଖ୍ୟ ପରାମର୍ଶଦାତା ତଥା ଓଜେୟୁର ଜିଲ୍ଲା ସଭାପତି ପ୍ରମୋଦ ସେଲମା, କରମତଲା ସରପଞ୍ଚଙ୍କ ପ୍ରତିନିଧି ପ୍ରଦୀପ ବାଗ, କନ୍ଦକେଲଗାଁ ସରପଞ୍ଚଙ୍କ ପ୍ରତିନିଧି ତପେଶ୍ଵର ସାହୁ ପ୍ରମୁଖ ଯୋଗଦାନ କରି ଚକ୍ଷୁ ପରିକ୍ଷା ଶିବିର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ କାର୍ଯ୍ୟରତ ସାମ୍ବାଦିକ ସଂଘ କାର୍ଯ୍ୟକଳାପ ମଧ୍ୟ ଉଚ୍ଚକୋଟିର ପଦକ୍ଷେପ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ବଲାଙ୍ଗୀର ତ୍ରିଲୋଚନ ନେତ୍ରାଳୟର ତତ୍ତ୍ୱବଧାନରେ ଆୟୋଜିତ ଏହି ଶିବିରରେ ଡା. ବ୍ୟାସଦେବ ବେହେରା, ଟଙ୍କଧର କହ୍ନେଇ, ଆଲୋକ ସାହୁ, ରୋବିଲା ଛନ୍ଦ, ସୁମିତି ସୁନା ଓ ଉଷା ପ୍ରଧାନଙ୍କ ସମେତ ଟେକ୍ନିସିଆନ କର୍ମଚାରୀମାନେ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସଂଘ ସଭାପତି ନାରାୟଣ ସାହୁ ପରିଚାଳନା କରିଥିବା ବେଳେ ସାମ୍ବାଦିକ ଅଜିତ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଶିବିରରେ ସାମ୍ବାଦିକ ରୁଦ୍ରଧର ଦଣ୍ଡସେନା, ଚନ୍ଦ୍ରଭାନୁ ପ୍ରଧାନ, ଲକ୍ଷ୍ମୀଧର ସାହୁ, ରଞ୍ଜନ ବାଗ, ସୁଶାନ୍ତ ମେହେର, ଅଶ୍ୱିନୀ ସାହୁ, ରାମନାରାୟଣ ବାଗ ପ୍ରମୁଖ ସାମିଲ ହୋଇଥିଲେ। ଉକ୍ତ ଶିବିରରେ ୧୭୪ ଜଣ ରୋଗୀ ପଞ୍ଜିକରଣ କରିଥିବା ବେଳେ ୪୫ ରୋଗୀଙ୍କୁ ଅପରେସନ ପାଇଁ ବଲାଙ୍ଗୀର ନେତ୍ରାଲୟକୁ ନିଆଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.