ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ରଥଯାତ୍ରା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ଆଦ୍ଯ ପର୍ବ ପବିତ୍ର ଘୋଷଯାତ୍ରାର ପ୍ରସ୍ତୁତି ନେଇ ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ଯାତ୍ରାର ସମସ୍ତ ପୂର୍ବ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ନେଇ ରଥଯାତ୍ରା ପରିଚାଳନା କମିଟିର ଏକ ବୈଠକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଚଳିତବର୍ଷର ରଥଯାତ୍ରାରେ ରଥର ସାଜସଜ୍ଜାରେ ପିପିଲି ଚାନ୍ଦୁଆକୁ ପ୍ରାଧାନ୍ୟ ଦିଆଯିବ ବୋଲି ସ୍ଥିର କରାଯାଇଛି। ଅଣସର ଘରୁ ବାହାରି ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମାଆ ସୁଭଦ୍ରାଙ୍କ ପାରମ୍ପରିକ ରୀତିନୀତି ଶେଷକରି ନବଯୌବନ ଦର୍ଶନ ଦେବେ। ଏଥିସହ ଧାଡି ପହଣ୍ଡିରେ ଆସି ତିନି ଠାକୁର ରଥାରୂଢ ହେବେ। ଏଥିସହିତ ପୁରୀ ଶ୍ରୀମନ୍ଦିରର ନିୟମ ମୁତାବକ ଅପରାହ୍ନ ୩ଟାରେ ବିଶ୍ବବିଦ୍ୟାଳୟ ପରିସରସ୍ଥ ଶ୍ରୀଜଗନ୍ନାଥ ମନ୍ଦିର ଠାରୁ ରଥଟଣା ଆରମ୍ଭ ହୋଇ ବିଶ୍ବବିଦ୍ୟାଳୟ ପରିସରରେ ଅବସ୍ଥାପିତ ନବନିର୍ମିତ ମାଉସୀ-ମା’ ମନ୍ଦିର ଠାରେ ଶେଷ ହେବ। ରଥଯାତ୍ରା ଠାରୁ ଆରମ୍ଭ କରି ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଏକ ଅସ୍ଥାୟୀ ଆନନ୍ଦବଜାରରେ ସମସ୍ତଙ୍କ ପାଇଁ ନିୟମିତ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ନଅ ଦିନ ଧରି ଆୟୋଜିତ ଏହି ଗଣଉତ୍ସବରେ ଜନସାଧାରଣଙ୍କୁ ସାମିଲ ହେବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.