ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କେସିଙ୍ଗା ବନାଞ୍ଚଳ ଅଧିକାରୀଙ୍କ ତତ୍ତ୍ଵାବଧାନରେ ନର୍ଲା ବ୍ଲକ ଅଧିନସ୍ଥ ମିଳିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ମୁସ୍କୁଟି ଠାରେ ୭୫ତମ ବନମହୋତ୍ସବ ପାଳିତ ହୋଇଯାଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ନାଏକଙ୍କ ତତ୍ତ୍ଵାବଧାନରେ, ବରିଷ୍ଠ ଶିକ୍ଷକ ଗିରିଧାରୀ ନାଗ, ଇକୋ-କ୍ଳବ ଶିକ୍ଷକ କାର୍ତ୍ତିକେଶ୍ଵର ମିଶ୍ର , ବିଦ୍ୟାଧର ଭୋଇ, ଗଣେଶ ଆଚାରୀ , ସମୀର ରଞ୍ଜନ ନାଏକ, ସୁଶାନ୍ତ କୁମାର ଦେବ, ଜ୍ୟୋତିରଞ୍ଜନ ପାତ୍ର ସୁଚନ୍ଦ୍ର ସାହୁ ତୀର୍ଥ ସାହୁ ଦିତେନ୍ଦ୍ର ପଟେଲ, ସୁଜ୍ଞାନି ଦଳେଇ ଓ ସମସ୍ତ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।





