ଲାଞ୍ଜିଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ବନମହୋତ୍ସବ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ, ବନ ବିଭାଗ ତଥା ଯୋଡ଼ାବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମିଳିତ ଆନୁକୂଲ୍ୟରେ ଯୋଡ଼ାବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ୭୫ତମ ବନମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ପ୍ରମୋଦ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମୀପ୍ରିୟା ମୁଦୁଲି, ବିଶିଷ୍ଟ ଅତିଥି ଭାବେ ବିଶ୍ୱନାଥପୁର ବନପାଳ ସୁରେଶ ଚନ୍ଦ୍ର ରାଉତ, ଲାଞ୍ଜିଗଡ଼ ବ୍ଲକ ଶିକ୍ଷକ ସଂଘର ସମ୍ପାଦକ ଏମ୍.ଏସ୍. ଶେଖର, ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋବର୍ଦ୍ଧନ ମାଝୀ, ସଂଘର ଉପଦେଷ୍ଟା ତପନ କୁମାର ଭୋଇ, ବରିଷ୍ଠ ଶିକ୍ଷକ ସୁବାସ ଚନ୍ଦ୍ର ନାୟକ, ପୁରନ୍ଦର ନାୟକ, ମୋନାଲିସା ଜେନା, ସୌଭାଗ୍ୟ ସାହୁ, ଗଣେଶ୍ୱର ଠେଲା, ବିଜୟ ରାୟ ପ୍ରମୁଖ ମଞ୍ଚାସୀନ ରହି ମାର୍ଗଦର୍ଶନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବର୍ତ୍ତମାନର ଆହ୍ୱାନ ‘ମା ପାଇଁ ଗଛଟିଏ’ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ଉପସ୍ଥିତ ସମସ୍ତେ ଗଛ ଲଗାଇଵା ସହ ଏହାର ପୂର୍ଣ୍ଣ ରକ୍ଷଣାବେକ୍ଷଣ କରିଵା ପାଇଁ ଶପଥ ନେଇଥିଲେ। ଶିକ୍ଷକ ରତ୍ନାକର ଦୋରା, ଜିତେନ୍ଦ୍ର ନାୟକ, ସୁନୀଲ ମଲ୍ଲିକ, ସତ୍ୟ ବେହେରା, ତିଳୋତ୍ତମା ଦଳେଇ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Udyog Nursery
Udyogi Nursery

କାର୍ଯ୍ୟକ୍ରମକୁ ଗୁରୁଗୋବିନ୍ଦ ମହାନ୍ତି ପରିଚାଳନା କରିଥିବା ବେଳେ ଜଳନ୍ଧର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଲାଞ୍ଜିଗଡ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ, ସମାଜର ବିଭିନ୍ନ ଆହ୍ୱାନକୁ ସଫଳତାର ସହ ମୁକାବିଲା କରିବା ପାଇଁ ପ୍ରତିଶୃତିବଦ୍ଧ। ସଂଘର ଏଭଳି ଜନହିତକର କାର୍ଯ୍ୟକୁ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀମାନେ ବେଶ୍ ପ୍ରଶଂସା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.