ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ଦ୍ରୋଣାଚାର୍ଯ୍ୟ ସ୍କୁଲଠାରେ ଶନିବାର ବନ ମହୋତ୍ସବ ପାଳିତ ହୋଇଯାଇଛି। ସ୍କୁଲର ପ୍ରନ୍ସପାଲ କୈଳାଶ ସାଙ୍କ ପ୍ରତକ୍ଷ୍ୟ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାଇସ ପ୍ରିନ୍ସପାଲ ରୋମାଞ୍ଚଳ ସାହୁ, ଶିକ୍ଷକ ଲମ୍ବୋଦର ଭୋଇ, ବିଭୁତି ଭୋଇ, ଶିକ୍ଷୟତ୍ରୀ ଅର୍ଚ୍ଚନା କୁମାର, ପୁଷ୍ପାଞ୍ଜଳି ମାଝୀ, ଶୋଭା ମଞ୍ଜରୀ ପଧାନ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ଅନେକ ମୁଲ୍ୟବାନ ବୃକ୍ଷ ରୋପଣ କରାଯାଇଥିଲା। ପ୍ରାରମ୍ଭିକ ସଭାରେ ପ୍ରିନ୍ସପାଲ ଶ୍ରୀ ସା “ଗଛ ଆମର ବନ୍ଧୁ ଓ ମାଆ ପାଇଁ ଗଛଟିଏ” ବାର୍ତ୍ତା ଦେଇଥିଲେ।






