ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ଜଗନ୍ନାଥ ମନ୍ଦିରରେ ଶନିବାର ୧୩ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମନ୍ଦିରର ଉଦ୍ୟୋକ୍ତା ଦିବଂଗତ ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ସୁପୁତ୍ର ସୁନୀଲ କୁମାର ଅଗ୍ରୱାଲ ଓ ସୁମିତ କୁମାର ଅଗ୍ରୱାଲଙ୍କ ତତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପଣ୍ଡିତ ନିଗମାନନ୍ଦ ମହାପାତ୍ର, ମନୋଜ ଦାଶ ଓ ଭବାନୀ ପ୍ରସାଦ ରଥ ଯଜ୍ଞ କାର୍ଯ୍ୟ ସଂପାଦନ କରିଥିଲେ। ଏଥିରେ କର୍ତ୍ତା ଭାବେ ପ୍ରଫୁଲ୍ଲ ମହାନ୍ତି ଓ ତାଙ୍କ ଧର୍ମପତ୍ନୀ କୁସୁମ ମହାନ୍ତି, ବିଜୟ ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ ପ୍ରଭା ଅଗ୍ରୱାଲ, ଚନ୍ଦ୍ରମୋହନ ରୋହିଲା ଓ ତାଙ୍କ ଧର୍ମପତ୍ନୀ ମଞ୍ଜୁ ଅଗ୍ରୱାଲ ରହିଥିବାବେଳେ ମନ୍ଦିର ପଚିଚାଳନା କମିଟିର କାର୍ଯ୍ୟକର୍ତ୍ତା ଓ ସଦସ୍ୟବୃନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।





