ସଇଁତଲାରେ ବ୍ୟାପୁଛି ଡେଙ୍ଗୁ; ପ୍ରଶାସନର ଜରୁରୀକାଳୀନ ବୈଠକ, ସଚେତନ ରହିବା ପାଇଁ ଲୋକଙ୍କୁ ପରାମର୍ଶ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସହରରେ ଡେଙ୍ଗୁ ବ୍ୟାପୁଥିବାରୁ ଆତଙ୍କ ସୃଷ୍ଟି ହୋଇଛି। ଏ ନେଇ ଓଡ଼ିଆ ବାର୍ତ୍ତାରେ ଖବର ପ୍ରକାଶିତ ହେବା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରି ବଲାଙ୍ଗୀର ଓ ସଇଁତଲା ଡାକ୍ତରୀ ଟିମ ପହଂଚି ମହିଳା ଓ ପୁରୁଷମାନଙ୍କୁ ଜ୍ଜର ହେଉଥିବା ନେଇ ପ୍ରାୟ ୭୦ ରୁ ଉର୍ଦ୍ଧ ଲୋକଙ୍କ ରକ୍ତ ସଂଗ୍ରହ କରି ପରୀକ୍ଷା ପାଇଁ ବଲାଙ୍ଗୀରକୁ ପଠାଇଥିଲେ। ଏହି ଡେଙ୍ଗୁ ରୋଗୀ ସଂଖ୍ୟା ୨୫ ରୁ ଉର୍ଦ୍ଧ ଚିହ୍ନଟ ହୋଇସାରିଥିବା ବେଳେ ବର୍ତମାନ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ୧୧ ଜଣ ରୋଗୀ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ସେହିପରି ବରଗଡ଼ ଘରୋଇ ମେଡିକାଲ ମଧ୍ୟ କିଛି ରୋଗୀ ଚିକିତ୍ସିତ ହେଉଥିବା ପରିବାର ଲୋକେ ଜଣାଛନ୍ତି। ଏ ନେଇ ପ୍ରଶାସନ ତରଫରୁ ଡେଙ୍ଗୁ ସଚେତନତା ଉପରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ସଭାରେ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇ ଅଧ୍ୟକ୍ଷତା କରିଥିବା ବେଳେ ଟିଟିଲାଗଡ଼ ଉପ ଜିଲ୍ଲାପାଳ ରୋହନ ଖେତ୍ରୀ, ତହସିଲଦାର ଆଶିଷ ଏକ୍କା, ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. କୁବେର ଚନ୍ଦ୍ର ମହନ୍ତ ଓ ସଇଁତଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ସମରେନ୍ଦ୍ର ମହାପାତ୍ର ଯୋଗଦାନ କରି ଲୋକେ ଡେଙ୍ଗୁ ମଶାରୁ କିପରି ସଚେତନତା ହେବ ସେ ସମ୍ପର୍କ ଆଲୋଚନା ହୋଇଥିଲା। ଏପରିକି କେଉଁ କେଉଁ ସ୍ଥାନରୁ ମଶା କିପରି ଜନ୍ମ ହୋଇଥାଏ ଓ କାୟା ବିସ୍ତାର କରି ଲୋକମାନେ ଏହାର ଶିକାର ସେ ଉପରେ ଡା. ଶ୍ରୀ ମହନ୍ତ ଉପସ୍ଥିତ ବିଭିନ୍ନ ବିଭାଗ କର୍ମଚାରୀମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ।‌ ବୈଠକରେ ମଶା ବାହିତ ରୋଗ ପରାମର୍ଶଦାତା ସୁରେଶ ସ୍ୱାଇଁ, ଏଫଏଲଏ ଶ୍ରୀକାନ୍ତ ଯୋଶୀ, ପିଏଚଓ ମିନାକୁମାରୀ ତ୍ରିପାଠୀ, ବିପିଏମ ଅମୀୟ ରାଜପଲିଆ, ସାମାଜିକ ସୁରକ୍ଷା ଅଧିକାରୀ ଭାନୁ ପ୍ରତାପ ଭୋଇ, ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ଇତିଶ୍ରୀ ଦେହୁରୀ, ଅତିରିକ୍ତ ଶିକ୍ଷା ଅଧିକାରୀ ନରେନ୍ଦ୍ର ସାହୁ, ଆଇସିଡିଏସ ସୁପରଭାଇଜର ଜ୍ଞାନନ୍ଦା ମହାନନ୍ଦଙ୍କ ସମେତ ଅଙ୍ଗେନୱାଡି କର୍ମୀ, ଆଶା କର୍ମୀ, ମେଡିକାଲ ସ୍ୱାସ୍ଥ୍ୟ କର୍ମୀ ସହ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଭୁବନେଶ୍ୱରର ଏକ ଡାକ୍ତରୀ ଟିମ ପହଂଚି ପଡା ପଡାକୁ ଯାଇ ଅନୁଧ୍ୟାନ କରିବେ। ଏହା ସହିତ ସରକାର ରୋଗୀମାନଙ୍କୁ ଦ୍ୱାରା ବିଭିନ୍ନ ଚିକିତ୍ସା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଡା. ମହାପାତ୍ର ସୂଚନା ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.