କେଜିବିଭି ହଷ୍ଟେଲରେ ରାତିରେ ପଶି ଛାତ୍ରୀକୁ ଅସଦାଚାରଣ; ପରିଚାଳନା କମିଟି ସଭାପତିଙ୍କ ପୁଅ ଗିରଫ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ସ୍ଥିତ କସ୍ତୁରିବା ଗାନ୍ଧୀ ଆବାସିକ ବିଦ୍ୟାଳୟର ଛାତ୍ରୀ ନିବାସରେ ଏକ ବାହାର ଯୁବକ ପଶି ଜଣେ ଅନ୍ତେବାସୀଙ୍କ ସହିତ ଅସଦାଚଣ କରୁଥିବା ସମୟରେ ଧରାପଡିଥିବା ନେଇ ସୁବଳୟା ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଗତକାଲି ବିଳମ୍ବିତ ରାତିରେ ସହରରେ ବିଦ୍ୟୁତ୍ ନ ଥିବାର ସୁଯୋଗ ନେଇ ସୁବଳୟା ଠାରେ ଥିବା କସ୍ତୁରବା ଗାନ୍ଧୀ ଛାତ୍ରୀ ନିବାସକୁ ସୁବଳୟା ଗାଁ ର ଜଣେ ଯୁବକ ଛାତ୍ରୀ ନିବାସ ଭିତରକୁ ପ୍ରବେଶ ଜୈନିକା ଛାତ୍ରୀଙ୍କୁ ଅସଦାଚରଣ କରୁଥିଲେ। ତେବେ ହଠାତ୍ ଲାଇନ୍ ଆସିବା ପରେ ଅନ୍ୟ ଛାତ୍ରୀ ଏବଂ ନାଇଟ୍ ୱାଚର୍ ଉଭୟଙ୍କୁ ଅସଂଜତ ଅବସ୍ଥାରେ ଦେଖି ପାଟି ତୁଣ୍ଡ କରିବା ସହିତ ଯୁବକକୁ କାବୁ କରି ତୁରନ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇ ପ୍ରଧାନ ଶିକ୍ଷୟତ୍ରୀ ତୁରନ୍ତ ସ୍କୁଲକୁ ଆସି ସୁବଳୟା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ଏତେ ପାଟି ତୁଣ୍ଡ ପରେ ମଧ୍ୟ ସ୍କୁଲ ପରିସରରେ ଉପର ମହଲରେ ଶୋଇଥିବା ୱାଡେନ ଉପରୁ ତଳକୁ ଆସି ନଥିଲେ। ଅଭିଯୋଗକୁ ଆଧାର କରି ପୁଲିସ ଉକ୍ତ ଯୁବକକୁ ଥାନାରେ ଅଟକ ରଖିଥିଲା। ସୂଚନା ଅନୁସାରେ କସ୍ତରିବା ଗାନ୍ଧୀ ବାଳିକା ବିଦ୍ୟାଳୟର ପରିଚାଳନ କମିଟିର ସଭାପତି ସଦାନନ୍ଦ ମହାନନ୍ଦଙ୍କ ପୁଅ ଅଜୟ ମହାନନ୍ଦ ବିଦ୍ୟାଳୟର ହଷ୍ଟେଲକୁ ଯାଇ ଜଣେ ଛାତ୍ରୀଙ୍କ ସହ ଅସଦାଚରଣ କରିଥିବା ଘଟଣାକୁ ସମସ୍ତେ ଗୁରୁତ୍ୱର ସହ ନେଇଛନ୍ତି। ଏନେଇ ସୁବଳୟା ଥାନା କେସ ନଂ ୧୬୭ ରେ ଏକ ମାମଲା ରୁଜୁ କରି ଯୁବକକୁ ଅଟକ ରଖି ପଚରାଉଚୁରା କରିବା ସହ ଆଜି ଉଭୟଙ୍କୁ ଡାକ୍ତରୀ ମାଇନା କରିବାକୁ ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିବା ବେଳେ ଅଭିଯୁକ୍ତକୁ ଆଜି କୋର୍ଟ ଫରୱାର୍ଡ କରାଯିବ ବୋଲି ବୀରମହାରାଜପୁର ଏସଡିପିଓ ବାସୁଦେବ ଛତ୍ରିଆ ସୂଚନା ଦେଇଛନ୍ତି। ବର୍ତ୍ତମାନ ସ୍କୁଲ୍ ସଭାପତି ପଦରୁ ମଧ୍ୟ ସଦାନନ୍ଦଙ୍କୁ ହଟାଇବା ପାଇଁ ବୁଦ୍ଧିଜୀବିମାନେ ଦାବୀ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.