ଭେଜିଗୁଡା ଠାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଅନ୍ତର୍ଗତ ଭେଜିଗୁଡା କ୍ଳଷ୍ଟର ସ୍ତରୀୟ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଭେଜିଗୁଡା ଉଚ୍ଚ ପ୍ରାଥମିକ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷକ ଶେଷଦେବ ମୁଣ୍ଡ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଏବିଇଓ ତଥା ଗୋଷ୍ଠୀ ଶିକ୍ଷା କେନ୍ଦ୍ର ସଂଯୋଜକ ସୁରେନ୍ଦ୍ର ମୋହନ ଯୋଶୀ ଯୋଗଦେଇ ଥିଲେ। ସମ୍ମାନୀତ ଅତିଥି ଭାବରେ ଦୁଇ ଜଣ ଏବିଇଓ ପ୍ରଭାତ କୁମାର ଖମାରୀ ଏବଂ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ଲଲିତ କୁମାର ନାଏକ, କ୍ଳଷ୍ଟର ସିଆରସିସି ଦେବେନ୍ଦ୍ର ରାଉତ, ରମାକାନ୍ତ ମାଝୀ, ଶ୍ରୀକାନ୍ତ ଦଳପତି, ଗୋଲେଖ ବିହାରୀ ସିଂ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏହି କାର୍ଯ୍ୟକ୍ରମରେ ରେଙ୍ଗାଲ ପାଲି ପ୍ରାଥମିକ ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ଯଦୁମଣି ରାଉତ, ଭୁର୍ଷିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦୁର୍ଯୋଧନ ବାଗ ଏବଂ ପୂର୍ବତନ ଗୋଷ୍ଠୀ ଶିକ୍ଷା କେନ୍ଦ୍ର ସଂଯୋଜକ ଟିକେ ଚନ୍ଦ୍ର ମାଝୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ଏହି ଅବସରରେ ବରିଷ୍ଠ ଶିକ୍ଷକ ଧର୍ମ ନିରଞ୍ଜନ ବେହେରା ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଡମ୍ବରୁଧର ବାଗ ବିଦାୟକାଳୀନ ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମଟିକୁ କୌଶିକ ଶବର ପରିଚାଳନା କରିଥିବା ବେଳେ ଶିକ୍ଷକ ରତ୍ନାକର ଶବର, ଗଜାନନ ଶବର, ପ୍ରଣତୀ ଧଙ୍ଗଡାମାଝୀ, ଜୟନ୍ତୀ ଶବର, ଦୀପାବଳୀ ବାଗ, ରାହାସ ସାହୁ, ମନୋରଞ୍ଜନ ମୁଣ୍ଡ, ତ୍ରିଲୋଚନ ଶବର ସହଯୋଗ କରିଥିଲେ। ପରେପରେ ବରିଷ୍ଠ ଶିକ୍ଷକ ରଜନୀ କାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.