ଆଜି ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା: ରଥ-ପଥ ସବୁ ପ୍ରସ୍ତୁତ

ଓଡ଼ିଆ ବାର୍ତ୍ତା/ ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସବୁଠାରୁ ବଡ ଯାତ୍ରା ତଥା ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଭାଇ, ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ମା’ ଘରକୁ ଯିବେ କାଳିଆ ଠାକୁର।  ଏଥିପାଇଁ ରଥ ବି ପ୍ରସ୍ତୁତ, ପଥ ବି ପ୍ରସ୍ତୁତ। ଅପେକ୍ଷା କେବଳ ସେହି ପବିତ୍ର ମୁହୁର୍ତ୍ତକୁ ଯେତେ ବେଳେ ମହାପ୍ରଭୁ ରତ୍ନ ସିଂହାସନ ଛାଡି ବଡଦାଣ୍ଡକୁ ଓହ୍ଲାଇ ଆସିବେ। ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ସଜେଇ ହୋଇଛି ଶ୍ରୀକ୍ଷେତ୍ର। ଇତିହାସରେ ବିରଳ ହେବ ଏବର୍ଷର ରଥଯାତ୍ରା। କାରଣ ଗୋଟିଏ ଦିନରେ ପଡୁଛି ମହାପ୍ରଭୁଙ୍କର ତିନି ତିନିଟି ବଡ଼ ନୀତି। ଅର୍ଥାତ୍ ଜୁଲାଇ ୭ ତାରିଖରେ ପଡୁଛି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା। ଶ୍ରୀମନ୍ଦିର ଇତିହାସ କହେ, ୧୧୫ ବର୍ଷ ତଳେ ଅର୍ଥାତ୍ ୧୯୦୯ ମସିହାରେ ରଥଯାତ୍ରା ଦିନ ସମାନ ଯୋଗ ପଡ଼ିଥିଲା। ସେହିଭଳି ୧୯୭୧ ମସିହାରେ ମଧ୍ୟ ରଥଯାତ୍ରା ଦିନ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ପଡ଼ିଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଯେହେତୁ ଏବର୍ଷ ପୁଣି ସେଭଳି ବିରଳ ସଂଯୋଗ ପଡୁଛି ତେଣୁ ଦୁଇ ଦିନ ଧରି  ରଥଯାତ୍ରା ପାଳନ କରିବାକୁ ନିଷ୍ପତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶୃଙ୍ଖଳିତ ରଥଯାତ୍ରା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଆଜି ରଥଯାତ୍ରା। ଏଥିଲାଗି ସିଂହଦ୍ୱାର ସମ୍ମୁଖରେ ଲାଗିଛି ତିନି ରଥ। ଆଜ୍ଞାମାଳ ବିଜେ ପରେ ଶନିବାର ଶ୍ରୀଜିଉଙ୍କ ତିନି ରଥକୁ ଶ୍ରୀମନ୍ଦିର ସାମ୍ନାକୁ ଅଣାଯାଇଛି। ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ନାହିଁ ନଥିବା ଭିଡ଼ ଦେଖିବା ପାଇଁ ମିଳୁଛି। ରଥଯାତ୍ରାର ସୁପରିଚାଳନା ନିମନ୍ତେ ୯୦ ଜଣ ଅଫିସରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ତହସିଲଦାର, ବିଡିଓ, ପୌର ନିର୍ବାହୀ ଅଧିକାରୀ ପ୍ରମୁଖ ୯୦ ଜଣ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରିଛନ୍ତି ରାଜ୍ୟ ସରକାର। ଚଳିତ ଥର ରଥଯାତ୍ରାରେ ୪ ଅତିରିକ୍ତ ଡିଜି, ୬ ଆଇଜି ଓ ଡିଆଇଜି ପାହ୍ୟା ଅଧିକାରୀ ରହିବେ। ୧୯ ଏସ୍‌ପି ପାହ୍ୟାର, ଡିଏସ୍‌ପି ପାହ୍ୟାର ୭୫ ଜଣ ମୁତୟନ ହେବେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.