ଫକୀରମୋହନ ବିଶ୍ବବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ଉଦଯାପିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ପରିବେଶ ସୁରକ୍ଷା, ଚାରାରୋପଣ ଓ ଏହାର ସଂରକ୍ଷଣର ପ୍ରୟାସ ନେଇ ଫକୀରମୋହନ ବିଶ୍ୱବିଦ୍ୟାଳୟ ସର୍ବଦା ଯତ୍ନଶୀଳ। ଚଳିତବର୍ଷର ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ନେତୃତ୍ବରେ ଏକ ବୃକ୍ଷଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି।

ଫକୀର ମୋହନ ବିଶ୍ୱବିଦ୍ୟାଳୟର ରେମୁଣା ସ୍ଥିତ ପୁରୁଣା କ୍ୟାମ୍ପସ ଠାରେ ପରିବେଶ ବିଜ୍ଞାନ ବିଭାଗର ସହଯୋଗ ଦ୍ବାରା ଆୟୋଜିତ ଏହି ଚାରାରୋପଣ କାର୍ଯ୍ୟକ୍ରମ ସଂପର୍ଣ୍ଣ ହୋଇଥିଲା। ବଉଳ, ରାଧାଚୂଡା, କୃଷ୍ଣଚୂଡ଼ା, କୁସୁମୀ ଆଦି ବିଭିନ୍ନ ପ୍ରକାରର ପ୍ରାୟ ୧୫୦ ବୃକ୍ଷଚାରା ରୋପିତ ହୋଇଥିଲା।

ବିଶ୍ୱବିଦ୍ୟାଳୟର କୁଳସଚିବ କୁକୁମୀନା ଦାସ, ସ୍ନାତକ ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ପ୍ରାକ୍ତନ ଛାତ୍ର ସଂସଦର ପ୍ରେସିଡେଣ୍ଟ ଡକ୍ଟର ଚୌଧୁରୀ ସତ୍ଯବ୍ରତ ନନ୍ଦ ଓ ସମସ୍ତ ବିଭାଗର ଅଧ୍ୟାପକ ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀଙ୍କ ସହ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଉତ୍ସାହର ସହ ଚାରାରୋପଣ କରିଥିଲେ।

ସଂପ୍ରତି ବିଶ୍ୱବିଦ୍ୟାଳୟ ନିଜର ୨୬ତମ ସ୍ଥାପନା ଦିବସ ପାଳନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହି ସାମୁହିକ ଚାରାରୋପଣ କାର୍ଯ୍ୟକ୍ରମ ସମାଜ ଓ ଜୀବନଆଧାର ପାଇଁ ଏହ ମହତ୍ ବାର୍ତ୍ତା ବହନ କରିବ ବୋଲି କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଆଶାବ୍ୟକ୍ତ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ପାଇଁ ବିଶ୍ବ ଏକ ଉଦବେଗଜନକ ପରିସ୍ଥିତିର ସମ୍ମୁଖୀନ ହେଉଛି। ଏଣୁ ସମସ୍ତେ ଏ ଦିଗରେ ସଚେତନ ହୋଇ ଦାୟିତ୍ବ ଗ୍ରହଣ କରି ଗଛ ଲଗାଇଲେ ଆଗାମୀ ଭବିଷ୍ୟତରେ ଆମେ ଏକ ସୁସ୍ଥ ସବୁଜ ପରିବେଶ ଗଠନ କରିପାରିବା ନେଇ କୁଳପତି ଆହ୍ବାନ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.