ସଇଁତଲା କେନ୍ଦୁପତ୍ର ରେଞ୍ଜ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ କେନ୍ଦୁପତ୍ର ରେଞ୍ଜ କାର୍ଯ୍ୟଳୟ ପରିସରର ଠାରେ ୭୫ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ମହାସମାରୋହରେ ପାଳନ ହୋଇଯାଇଛି। ଏହି ପରିପେକ୍ଷୀରେ ମୁଖ୍ୟଅତିଥି ଭାବରେ ଟିଟିଲାଗଡ଼ କେନ୍ଧୁଲିପ ଡିଭିଜନର ଡିଏଫଓ ରଞ୍ଜିତ କୁମାର ମଲ୍ଲିକ ଯୋଗଦାନ କରି ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ଜିଲ୍ଲା ସଭାପତି ପ୍ରମୋଦ ସେଲମା ଓ ସ୍ଥାନୀୟ ରେଞ୍ଜର ଭାସ୍କର ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗଦାନ କରି ବୃକ୍ଷରୋପଣର ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଉକ୍ତ କଲୋନୀ କେମ୍ପସରେ କେବଳ ନଡ଼ିଆ ଗଛ ବୃକ୍ଷରୋପଣ କରାଯାଇଥିଲା। ଏହି ସମୟରେ ଫରେଷ୍ଟର ସନୋଜ କୁମାର ନାୟକ, ମୋନାଲିସା ମିଶ୍ର, ହେମ ସାଗର ସାହୁ, ପୁଷ୍ପାଞ୍ଜଳୀ ବେହେରା, ଫରେଷ୍ଟ ଗାର୍ଡ ସୁମିତାଭ ତ୍ରିପାଠୀ, ସାମାଜିକ କର୍ମୀ ଅମିତ ରଥ, ରେଞ୍ଜ ସଭାପତି ସୁଶାନ୍ତ ମେହେର, ବାଇଣ୍ଡୀଙ୍ଗ ଚେକର ବିବେକ ପାତ୍ର, ମାଧବ ସାହୁ, ଗୌର ମହାକୁର, ଡିଓ ହିମାଂଶୁ ପାତ୍ର, ପ୍ରେମଲାଲ ସାଣ୍ଡ ଓ କେନ୍ଦୁପତ୍ର ବିଭାଗ କର୍ମଚାରୀମାନେ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.