ବିଜୁ ଏକ୍ସପ୍ରେସୱେରେ ଦୁର୍ଘଟଣା; ଜଣେ ମୃତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ବିଜୁ ଏକ୍ସପ୍ରେସୱେର କୋକସରା ବ୍ଲକ ଘଣ୍ଟିଗୁଡା ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କାଉଡୋଲା ଗ୍ରାମ ପଞ୍ଚାୟତ ବାଞ୍ଜିବାହାଲ ଗ୍ରାମର ମୋହନ ମାଝୀ ବୋଲି ଜଣାପଡିଛି। ସୂଚନା ଅନୁସାରେ,  ରାତିରେ ମୋହନ୍ ମାଝୀ ବେହେରା ଗ୍ରାମର ନିଜ ସମ୍ପର୍କୀୟଙ୍କ ଘରୁ ବାଇକ୍ ଯୋଗେ ନିଜ ଗାଁକୁ ଫେରୁଥିଲେ। ତେବେ ବିଜୁ ଏକ୍ସପ୍ରେସୱେର ଘଣ୍ଟିଗୁଡା ନିକଟରେ କୈାଣସି ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ରାସ୍ତାରେ ଛିଟିକି ପଡ଼ି ଘଟଣା ସ୍ଥଳରେ ହିଁ ମୋହନଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ଆମପାଣି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ। ରବିବାର ଶବ ବ୍ୟବଚ୍ଛେଦ ହେବାପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି। ଏ ସମ୍ପର୍କରେ ଆମପାଣି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ସୂଚନା ମିଳିଛି। ତେବେ ମୋହନଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.