ସୁଭଦ୍ରା କ୍ଷେତ୍ରରେ ରଥଯାତ୍ରା ସମ୍ପାଦିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡିର ସୁଭଦ୍ରାକ୍ଷେତ୍ର ଭାବେ ପରିଚିତ ଯୁଗସାଇପାଟଣା ଠାରେ କଳାହାଣ୍ଡି ଦିବ୍ୟ ଜୀବନ ସଂଘ ଦ୍ଵାରା ମହାସମାରୋହରେ ମହାପ୍ରଭୁ ଜଗନ୍ନାଥଙ୍କର ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ପାଦିତ ହୋଇଯାଇଛି। ଏଥିରେ ଆଖପାଖ ଅଞ୍ଚଳରୁ ପ୍ରାୟ ୫୦୦୦ ଜନ ସମାଗମ ହୋଇଥିଲା। ଦିବ୍ୟଜୀବନ ସଂଘର ବରିଷ୍ଠ ସଦସ୍ୟ ପ୍ରଫେସର ବିପିନ ବିହାରୀ ପଣ୍ଡା ଛେରା ପହରା କାର୍ଯ୍ୟ ସମ୍ପାଦନ କରିଥିଲେ। ସଂଘର ଜିଲ୍ଲା ସଭାପତି ପ୍ରଫେସର ରଜନୀକାନ୍ତ ବେହେରା, ଉପସଭାପତି ପଦ୍ମଲୋଚନ ମିଶ୍ର, ଜଗଦୀଶ ଚନ୍ଦ୍ର ପଣ୍ଡା, ସମ୍ପାଦକ ପ୍ରଶାନ୍ତ ପଣ୍ଡା, ଯୁଗ୍ମ ସମ୍ପାଦକ ଜିତେନ୍ଦ୍ର ମୁଣ୍ଡ, ବରିଷ୍ଠ ସଦସ୍ୟ ଗୋକୁଳ ବିହାରୀ ପଣ୍ଡା ଓ ପ୍ରମୋଦ କୁମାର ପଣ୍ଡାଙ୍କ ଉପସ୍ଥିତିରେ ଦିବ୍ୟ ଜୀବନ ସଂଘର ବାର୍ଷିକ ପତ୍ରିକା ସୁଭଦ୍ରା କ୍ଷେତ୍ର ମୁଖ୍ୟଅତିଥି ପ୍ରଫେସର ବିପିନ ବିହାରୀ ପଣ୍ଡାଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ପ୍ରତି ବର୍ଷ ଭଳି ସମସ୍ତ ଭକ୍ତଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.