ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ପାଳିତ ହେଲା ରଥଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ଏଥିପାଇଁ ଗାଁଠୁ ସହର ଉତ୍ସବ ମୁଖର ହୋଇଉଠିଛି। ଲାଞ୍ଜିଗଡ ବ୍ଲକର ଲାଞ୍ଜିଗଡ଼, ଲାଞ୍ଜିଗଡରୋଡ, ମୁଷାନାଳ, ରାମଚନ୍ଦ୍ରପୁର ଓ ଗନ୍ଧରବାରୁଠାରେ ରଥଯାତ୍ରା ହର୍ଷୋଲ୍ଲାସର ସହ ପାଳିତ ହୋଇଯାଇଛି। ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରଭୁଙ୍କ ସମସ୍ତ ନୀତିକାନ୍ତି ପରେ ମହାପ୍ରଭୁ ରଥ ଉପରେ ବିରାଜମାନ କରିଥିଲେ ଓ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ରଥକୁ ଟାଣିଟାଣି ନିଜ ମାଉସୀ ମାଁ ମନ୍ଦିରକୁ ନେଇଯାଇଥିବା ବେଳେ ଅପରାହ୍ନ ୫.୩୦ ରେ ଶ୍ରୀଜୀଉଙ୍କ ରଥଟଣା ଅନୁଷ୍ଠିତ ହୋଇଥିଲା। ତେବେ ଲାଞ୍ଜିଗଡ଼ ରଥଯାତ୍ରା ଦେଖିବା ପାଇଁ ଆଖପାଖ ଅଞ୍ଚଳ ସମେତ ନିୟମଗିରି ଅଞ୍ଚଳରେ ରହୁଥିବା ଝରଣିଆ, ଡଙ୍ଗରିଆ କନ୍ଧ ତାଙ୍କ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଓ ବେଶ ଭୂଷାକରେ ସଜ୍ଜିତ ହୋଇ ଯାତ୍ରାସ୍ଥଳୀକୁ ଆସିଥିଲେ। ଝିପି ଝିପି ବର୍ଷା ସ୍ୱତେ ମଧ୍ୟ୍ୟ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏହି ରଥଯାତ୍ରାକୁ ଶ୍ରୀ ହରିହର ସାଂସ୍କୃତିକ ଅନୁଷ୍ଠାନ ଓ ଜଗନ୍ନାଥ ମନ୍ଦିର କମିଟି ତରଫରୁ ସୁଚାରୁରୂପେ ପରିଚାଳନା କରାଯାଇଥିଲା । ସେହିପରି ଲାଞ୍ଜିଗଡରୋଡ, ରାମଚନ୍ଦ୍ରପୁର, ଗନ୍ଧରବାରୁ ଓ ମୁଷାନାଳଠାରେ ମଧ୍ୟ ରଥଯାତ୍ରା ସୁରୁଖୁରୁରେ ପାଳିତ ହୋଇଯାଇଛି। ତେବେ ଏଥିରେ ଲାଞ୍ଜିଗଡ,ବିଶ୍ୱନାଥପୁର, ସିକେରକୁପା ପୁଲିସ ତରଫରୁ ଆଇନ ଶୃଙ୍ଖଳା ଦୃଷ୍ଟିରେ ରଖି ସିଆର୍ପିଏଫ୍ ଜବାନ ସବୁ ଯାତ୍ରାସ୍ଥଳରେ ମୁତୟନ କରାଯାଇଥିବା ବେଳେ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ଶ୍ରଦ୍ଧାଳୁ ମାନେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.