ପାତାଳୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ; ଦୁଇଦିନ ରଥଟଣା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପ୍ରସିଦ୍ଧ ପୀଠ ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ରବିବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ନେତ୍ରୋତ୍ସବ, ନବଯୈବନ ଦର୍ଶନ, ଘୋଷଯାତ୍ରା ର ସମସ୍ତ ନିତିକାନ୍ତୀ ଗୋଟିଏ ଦିନରେ ହେଉଥିବାରୁ ତେଣୁ ରଥଯାତ୍ରା ଗୋଟିଏ ଦିନ ବଦଳରେ ଦୁଇଦିନ ହେବ। ପ୍ରଥମ ଦିନରେ ରଥଟଣା ହୋଇ ମହାପ୍ରଭୁ ରଥରେ ରହିଥିବା ବେଳେ ଆସନ୍ତା କାଲି ଦିନ ଅପରାହ୍ନରେ ପହଣ୍ଡି ହୋଇ ଆଡପମଣ୍ଡପରେ ରହିବେ। ଆଜି ପୂର୍ବାହ୍ନ ୧୧ଟାରେ ପହଣ୍ଡି, ୧ଟାରେ ଛେରାପହଁରା ନୀତି, ଅପରାହ୍ନ ୨ ଟାରେ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଆଜି ଭୋର୍ ସକାଳୁ ଦ୍ଵାରଫିଟା, ଦ୍ଵାରପାଳ ପୂଜା, ମଙ୍ଗଳ ଆଳତୀ, ଖେଚୁଡି ଭୋଗ, ମହାପ୍ରଭୁଙ୍କ ବେଶ, ରଥ ପ୍ରତିଷ୍ଠା ପରେ ତିନି ଠାକୁରଙ୍କୁ ଧାଡ଼ି ପହଣ୍ଡି କରାଯାଇଥିଲା। ଛଳିଆ ଶିଖରରୁ ମହାପ୍ରଭୁଙ୍କୁ ଧାଡ଼ି ପହଣ୍ଡି ରେ ଆଣି ରଥାରୂଢ଼ କରାଯାଇଥିଲା। ସେବାୟତମାନେ ଗୀତ ବୋଲି ବୋଲି ମହାପ୍ରଭୁଙ୍କୁ ଆଣୁଥିବା ଦେଖା ଯାଇଥିଲା। ଗାଁ ର ଗଡତ୍ୟା ଚମରା ଅମାତ ଛେରାପହଁରା ନୀତି କରିଥିବା ବେଳେ ବକ୍ତା ରାଜମଣି ସାହୁ ଧାରା ବିବରଣୀ , ପଣ୍ଡିତ ହରିଶ୍ଚନ୍ଦ୍ର ହୋତା, ଜ୍ୟୋତିର୍ବିଦ ପଣ୍ଡିତ ମେଡେନ କୁମାର ବିଶି, କବି ଦ୍ଵିତିକୃଷ୍ଣ ପଣ୍ଡା କାର୍ଯ୍ୟ ସମ୍ପାଦନ କରିଥିଲେ। ପୂଜକ ଭାବରେ ଦେବାର୍ଚ୍ଚନ ଦାଶ, ଗୁଣାକର ପଣ୍ଡା, ବିଶେଶ୍ଵର ପାଢୀ ଆଦି କାର୍ଯ୍ୟ ସମ୍ପାଦନ କରିଥିଲେ। ପାତାଳୀ କ୍ଷେତ୍ରରେ ଏକ ଭକ୍ତିପୂର୍ଣ୍ଣ ପରିବେଶରେ ମହାପ୍ରଭୁ ଙ୍କ ଏହି ଦିବ୍ୟ ଲୀଳା ଦର୍ଶନ କରିବାକୁ ପାତାଳୀ ଶ୍ରୀକ୍ଷେତ୍ର ରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.